ମେକ୍ଆଶ୍ୱର ଅନଲାଇନ ପ୍ଲାଟଫର୍ମ ଉନ୍ମୋଚିତ

ମେକ୍ଆଶ୍ୱର ଅନଲାଇନ ପ୍ଲାଟଫର୍ମ ଉନ୍ମୋଚିତ

ଅନୁଗୁଳ – ଅନୁଗୁଳ ସନ୍ତୁଳା ହୋଟେଲଠାରେ ମେକ୍ଆଶ୍ୱର (MakeAssure ଛୋଟରୁ ବଡ ଅଫଲାଇନ ବ୍ୟବସାୟ ଏବଂ ସର୍ଭିସ ପ୍ରଦାନକାରୀ ଗୁଡିକ ନିମନ୍ତେ ଏକ ଅନଲାଇନ ପ୍ଲାଟଫର୍ମ) ସଂସ୍ଥାର ଅନଲାଇନ ପ୍ଲାଟଫର୍ମ ଅନୁଗୁଳର ଯୁବନେତା ଅରୁଣାଭ ସିଂହଙ୍କ ଦ୍ଵାରା ଉନ୍ମୋଚିତ ହୋଇ ଯାଇଛି ଏହି ଉନ୍ମୋଚନ ସମାରୋହରେ ବରିଷ୍ଠ ବିଜେଡି ଯୁବ ନେତା ଅରୁଣାଭ ସିଂହଙ୍କ ସହିତ ମେକ୍ଆଶ୍ୱର (MakeAssure) ସଂସ୍ଥାର ସଂସ୍ଥାପକ କୃଷ୍ଣ ଚନ୍ଦ୍ର ସାହୁ ମଧ୍ୟ ଉପସ୍ଥିତ ଥିଲେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କାଉନସିଲର ତାପସ ରଞ୍ଜନ ନାୟକ  ଯୁବ ନେତା ରାକେଶ ନନ୍ଦ ଓ ପ୍ରବୀଣ କୁମାର ସାମଲ ଉପସ୍ଥିତ ଥିଲେ ଉପସ୍ଥିତ ଥିଲେ           ମେକ୍ଆଶ୍ୱର ଏକ ୱେବ୍ ଏବଂ ମୋବାଇଲ୍ ସକ୍ଷମ ଅନଲାଇନ ପ୍ଲାଟଫର୍ମ ଏହା ମାଧ୍ୟମରେ କ୍ରେତା ଏବଂ ବିକ୍ରେତା କିମ୍ବା ସର୍ଭିସ ପ୍ରଦାନକାରୀ ସେମାନଙ୍କ ଆବଶ୍ୟକତା ପୂରଣ କରିବା ନିମନ୍ତେ ନିଜ ସ୍ଥାନୀୟ ଅଞ୍ଚଳରେ ପରସ୍ପର ସହିତ ଯୋଗାଯୋଗ କରିପାରିବେ ବ୍ୟବସାୟୀ  ନିଜ ବ୍ୟବସାୟର ବିନା ମୂଲ୍ୟରେ ଏକ ପୃଷ୍ଠା ଖୋଲି ବ୍ୟବସାୟ କରିପାରିବେ ଏବଂ ସାମଗ୍ରୀ ଗୁଡିକର ଫଟୋ ଏବଂ ଭିଡିଓ ଅପଲୋଡ୍ କରି ଗ୍ରାହକମାନଙ୍କୁ ଆକର୍ଷିତ କରିବା ଆରମ୍ଭ କରିପାରିବେ ମେକ୍ଆଶ୍ୱର (MakeAssure) ଭାରତ ସରକାରଙ୍କ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ ଦ୍ୱାରା ଏକ ଷ୍ଟାର୍ଟଅପ୍ ଭାବରେ ସ୍ୱୀକୃତିପ୍ରାପ୍ତ ଏହାର ଲକ୍ଷ୍ୟ ହେଉଛି ଛୋଟରୁ ବଡ ସ୍ଥାନୀୟ ଅଫଲାଇନ୍ ବ୍ୟବସାୟ କିମ୍ବା ସର୍ଭିସ ପ୍ରଦାନକାରୀ ଗୁଡିକୁ ବୈଷୟିକ ମାର୍କେଟିଂ ଆବଶ୍ୟକତା ପ୍ରଦାନ କରିବା ବୋଲି ଏହାର ସଂସ୍ଥାପକ କୃଷ୍ଣ ଚନ୍ଦ୍ର ସାହୁ କହିଛନ୍ତି | ମେକ୍ଆଶ୍ୱର (MakeAssure) ମୋବାଇଲ ଆପକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କିମ୍ବା www.makeassure.comରେ ଲଗଇନ କରିପାରିବେ

 

 

What’s your Reaction?
+1
0
+1
0
+1
0
+1
0
+1
14
+1
1
+1
1

Leave a Reply