ବାଣିଜ୍ୟ ବାଜାଜର ସିଏନଜି ଚାଳିତ ମୋଟରସାଇକେଲର ବଜାର ପ୍ରବେଶ Angul OnlineNovember 14, 2024November 14, 2024 ଅନୁଗୁଳ – ବଜାଜ ଅଟୋ ପକ୍ଷରୁ ପ୍ରଥମ ସିଏନଜି ଚାଳିତ ମୋଟରସାଇକେଲ ଫ୍ରିଡମ୍ ୧୨୫ ଅନୁଗୁଳରେ ବଜାର ପ୍ରବେଶ କରିଚ୍ଚି । ସହରର ଯମୁନା ବଜାଜ ଶୋରୁମ ଠାରେ ଆଜି ଏହାର ବିଧିବଦ୍ଧ ଭାବେ ଉନ୍ମୋଚନ ହୋଇଛି । ଏହି ଉନ୍ମୋଚନ ବେଳେ ଭାରତ ପେଟ୍ରୋଲିୟମ ମ୍ୟାନେଜେର ବିବେକ କାୟାଣ୍ଡେ, ଯମୁନା ବଜାଜ ସୋରୁମ ମାଲିକ ଗିରିଜା ଶଙ୍କର ଅଗ୍ରୱାଲ ଓ ବିଜୟଲାଲ ଅଗ୍ରୱାଲଙ୍କ ଉପସ୍ଥିତ ଥିଲେ । ଏହି ଗାଡି ଗ୍ୟାସ ଓ ପେଟ୍ରୋଲ ଉଭୟ ଇନ୍ଧନରେ ଚାଲିପାରିବ । ଏଥିରେ ୨ କେଜି ଗ୍ୟାସ ଟାଙ୍କି ସହ ପେଟ୍ରୋଲ ଟାଙ୍କି ରହିଛି । ୧ କେଜି ଗ୍ୟାସରେ ଏହି ମୋଟରସାଇକେଲ ୧୦୦କିଲୋମିଟରରୁ ଅଧିକ ଯାଇପାରିବ । ଉଭୟ ଗ୍ୟାସ ଓ ପେଟ୍ରୋଲରେ ମୋଟ ୩୩୦କିଲୋମିଟର ଦୂରତା ଅତିକ୍ରମର କ୍ଷମତା ରହିଛି ଏହି ମୋଟରସାଇକେଲ । ଅନ୍ୟାନ୍ୟ ସୁବିଧା ମଧ୍ୟରେ ଏଲଇଡି ଲାଇଟ, ଡିଜିଟାଲ ମିଟର, ବ୍ଲୁଟୁଥ କନେକ୍ସନ ଗାଡ଼ିରେ ରହିଛି । ବଜାରକୁ ୩ ପ୍ରକାର ଗାଡି ପ୍ରବେଶ କରିବା ସହ ୫ଟି ରଙ୍ଗର ଗାଡି ଉପଲବ୍ଧ ଅଛି । ଏହି ମୋଟରସାଇକେଲ ସାଧାରଣ ମୋଟରସାଇକେଲ ଠାରୁ ପ୍ରାୟତଃ ୫୦ ପ୍ରତିଶତ ପ୍ରଦ୍ୟୁଷଣ କମ୍ ରହିବ । Advertisement
ଅଗ୍ନି ପ୍ରତିରୋଧକ ଇସ୍ପାତ ନିର୍ମାଣ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ପ୍ରଥମ ବିଆଇଏସ୍ ଲାଇସେନ୍ସ ଭୁବନେଶ୍ବର – ଛତିଶଗଡର ରାଇଗଡସ୍ଥିତ ରେଳ ମିଲ୍ ଏବଂ ସ୍ପେଶାଲ ପ୍ରୋଫାଇଲ୍ ମିଲରେ ଭାରତର ପ୍ରଥମ ଅଗ୍ନି ପ୍ରତିରୋଧକ ଷ୍ଟିଲ୍ ନିର୍ମାଣ ପାଇଁ ଦେଶର ଅଗ୍ରଣୀ ଇସ୍ପାତ…
ଅନୁଗୁଳରେ ଆରମ୍ଭ ହେବ ପ୍ରଗତି କ୍ୟାବ ସେବା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପ୍ରଗତି କ୍ୟାବ ସେବା ଆରମ୍ଭ ହେବାକୁ ଯାଉଛି । କମ୍ ଖର୍ଚ୍ଚ , ସହଜ , ସୁରକ୍ଷିତ ଓ ସରଳ ଯାତାୟାତ…
ଲକ୍ଷ୍ମୀ ହୋଣ୍ଡାରେ ହୋଣ୍ଡା ଡିଓ ସ୍ପୋର୍ଟସ ଏଡିସନର ବଜାର ପ୍ରବେଶ ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟରର ଅଧିକୃତ ବିକ୍ରେତା laxmi Honda ରେ Honda ବହୁ ପ୍ରତିକ୍ଷିତ Honda Dio sports edition ର ବଜାର…