ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋହିରାପଶି ଗ୍ରାମରେ ପ୍ରେମିକ ଘର ଆଗରେ ନିଜର ୩ ବର୍ଷର ପୁଅକୁ ଧରି ଗର୍ଭବତୀ ମା ଧାରଣାରେ ବସିଛନ୍ତି । ଘଟଣାରୁ ପ୍ରକାଶ ହଣ୍ଡପା ଥାନା ଅଞ୍ଚଳର ଜଣେ ୩୦ ବର୍ଷିୟ ମହିଳାଙ୍କର କହିବାନୁଯାୟୀ ସେ ଛେଣ୍ଡିପଦା ଥାନା ଗୋହିରାପଶି ଗ୍ରାମର ଆକୁଳ ଖିଲାରଙ୍କ ବଡ ପୁଅ ସ୍ୱାଧୀନଙ୍କ ସହିତ ୪ ବର୍ଷ ପୂର୍ବେ ରଙ୍ଗ୍ ନମ୍ବରରେ ଫୋନ କରି କଥା ହୋଇଥିଲେ । ଏହା ପରେ ସ୍ୱାଧୀନ ବାରମ୍ବାର ଉକ୍ତ ମହିଳାଙ୍କୁ ଫୋନ୍ କରିବା ସହିତ ପ୍ରେମ ସଂପର୍କ ସ୍ଥାପନ କରିଥିଲେ । ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଘରେ ଥିବା ବେଳେ ସ୍ୱାଧୀନ ନିଜକୁ ମହିଳାଙ୍କ ସଂପର୍କୀୟ ଭାଇ ବୋଲି ପରିଚୟ ଦେଇ ଯିବା ଆସିବା କରିବା ସହି ଅନୈତିକ ସମ୍ପର୍କ ରଖି ଥିଲା । ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିବା ସମୟରେ ପ୍ରାୟ ୩ ଥର ଉଭୟ ମହିଳାଙ୍କ ପରିବାର ଲୋକଙ୍କ ନଜରରେ ଧରା ପଡିବା ସହ ଗାଁରେ ମଧ୍ୟ ବୈଠକ ହୋଇଥିଲା । ବୈଠକରେ ମହିଳାଙ୍କ ବାପ ଘରକୁ ଡାକି ମହିଳାଙ୍କ ଅନୈତିକ ସମ୍ପର୍କରେ ତାଙ୍କ ବାପାଙ୍କୁ ଅବଗତ କରାଯିବା ପରେ ମହିଳାଙ୍କ ବାପା ଝିଅର ଅନ୍ୟ ଜଣେ ଜାତିର ପୁଅ ସହିତ ସମ୍ପର୍କ ଥିବା ଜଣିବା ସହିତ ଝିଅକୁ ତୈଜ କରି ଦେଇଥିଲେ । ଅନ୍ୟ ପକ୍ଷରେ ମହିଳା ଜଣକ ଉକ୍ତ ଯୁବକ ସହିତ ଅନୈତିକ ସଂପର୍କ ରଖି ମହିଳା ଜଣକ ୩ ମାସ ଗର୍ଭବତୀ ହେବା ଜାଣିବା ପରେ ମହିଳାଙ୍କ ସ୍ୱାମୀ ତାଙ୍କୁ ଗତ ୧୭ ତାରିଖ ଦିନ ଘରୁ ବାହାର କରି ଦେଇଥିଲେ । ମହିଳାଙ୍କୁ ତାଙ୍କ ସ୍ୱାମୀ ଘରୁ ବାହାର କରିଦେବା ପରେ ସ୍ୱାଧୀନ ମହିଳା ଏବଂ ତାଙ୍କ ୩ ବର୍ଷର ପୁଅକୁ ଧରି ଦଶପଲା ଠାରେ ଥିବା ତାଙ୍କର ସମ୍ପର୍କୀୟ ଭଉଣୀଙ୍କ ଘରେ ୭ ଦିନ ରହିଥିଲେ । ଏହାପରେ ପ୍ରେମିକ ମହିଳାଙ୍କୁ ଧରି ଜରପଡା ଚାଲିଆସି ଥିଲେ । ସେଠାରେ ସ୍ୱାଧୀନ ନିଜ ଭଉଣୀ ଘର କହି ମହିଳାଙ୍କୁ ୨ ଦିନ ରଖିବା ପରେ ଗତ ବୁଧବାର ସଂଧ୍ୟାରେ ଛେଣ୍ଡିପଦା ଆସିଥିଲେ । ସେଠାରେ ସ୍ୱାଧୀନ ମହିଳାଙ୍କୁ ଏକୁଟିଆ ଛାଡି ଫେରାର ହୋଇଯାଇଥିଲେ । ମହିଳା ଜଣକ ସେହି ରାତିରେ ଛୋଟ ପୁଅକୁ ଧରି ଶୀତ କାକରରେ ଛେଣ୍ଡିପଦା ଯାତ୍ରୀ ବିଶ୍ରାମାଗାରରେ ରାତ୍ରୀଯାପନ କରିଥିଲେ । ଗୁରୁବାର ସକାଳୁ ଗର୍ଭବତୀ ଥିବା ମହିଳା ଜଣକ ତାଙ୍କ ୩ବର୍ଷର ପୁଅକୁ ସାଙ୍ଗରେ ଧରି ଗୋହିରାପଶି ଗ୍ରାମକୁ ଆସି ପ୍ରେମିକ ସ୍ୱାଧୀନର ଘର ଆଗରେ ନଖାଇ ନପିଇ ଧାରଣାରେ ବସି ରହିଛନ୍ତି । ଖବର ଲେଖା ଯିବା ସୁଦ୍ଧା ମହିଳା ଜଣକ ସ୍ୱାଧୀନର ଘର ଆଗରେ ଧାରଣାରେ ବସି ରହିଥିବା ବେଳେ ସ୍ୱାଧୀନ ଏବଂ ତାଙ୍କ ପରିବାର ଲୋକ ଘର ତାଲା ପକାଇ ଫେରାର ହୋଇଯାଇଛନ୍ତି । ଏ ନେଇ ଛେଣ୍ଡିପଦା ଥାନାରେ କୈାଣସି ଅଭିଯୋଗ ହୋଇ ନଥିବା ପୋଲିସ ସୂତ୍ରରୁ ଜଣାପଡିଛି ।
What’s your Reaction?
+1
+1
+1
+1
+1
+1
+1