ଅନୁଗୁଳର ଯୋଦ୍ଧା ସନ୍ତାନ ସହିଦ ରାଣା ପ୍ରତାପଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇସାରିଛି । ପତ୍ନୀ ଶିବାଙ୍ଗୀ ସିଂହ ପ୍ରଥମଥର ପାଇଁ ଅନୁଗୁଳ ଅନଲାଇନକୁ ପ୍ରତିକ୍ରିୟା ଦେଇଛନ୍ତି । ସେଦିନ ତାମିଲନାଡ଼ୁର କନ୍ନୁର ଜିଲ୍ଲାରେ ସେନା ହେଲିକପ୍ଟର ଦୂର୍ଘଟଣା ହୋଇଥିବା ଖବର ଶୁଣିଲି । ସବିଶେଷ ତଥ୍ୟ କିମ୍ବା କୌଣସି ଅଧିକାରୀଙ୍କ ନାଁ ପ୍ରକାଶ ପାଇନଥାଏ । ମୃତାହତ ସୂଚନା ମଧ୍ୟ ପ୍ରକାଶ ପାଇନଥାଏ । କିନ୍ତୁ ଅଜାଣତରେ କାହିଁକି କେଜାଣି ମୋତେ ବହୁତ ଡ଼ର ଲାଗିଥିଲା । ମୋତେ ଲାଗୁଥିଲା ଯେମିତି ମୋ ସ୍ୱାମୀ ରାଣା ପ୍ରତାପ ହିଁ ସେହି ହେଲିକପ୍ଟରରେ ଅଛନ୍ତି । ଏମିତ କିଛି କହିଛନ୍ତି ସହିଦ ଯବାନ ରାଣା ପ୍ରତାପଙ୍କ ପତ୍ନୀ ଶିବାଙ୍ଗୀ ସିଂହ ।