ମୁଖ୍ୟ ଖବର ଏମ୍ସିଏଲ୍ କଲା ଭୁବନେଶ୍ବରୀ ଖଣି ସମ୍ପ୍ରସାରଣ ଟେଣ୍ଡର୍ ବାତିଲ Angul OnlineFebruary 9, 2023February 9, 2023 ଅନୁଗୋଳ – ମହାନଦୀ କୋଲ୍ଫିଲ୍ଡସ ଲିମିଟେଡ୍ (ଏମ୍ସିଏଲ୍)ର ତାଳଚେରରେ ଥିବା ଭୁବନେଶ୍ବରୀ ଖୋଲାମୁହଁ କୋଇଲା ଖଣିର ସମ୍ପ୍ରସାରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏହି ସମ୍ପ୍ରସାରଣ ପାଇଁ ଟେଣ୍ଡର ହୋଇଥିଲେ ମଧ୍ୟ ଶେଷ ସମୟରେ ଏହାକୁ ବାତିଲ୍ କରାଯାଇଛି । ଟେଣ୍ଡର ପ୍ରକ୍ରିୟା ନେଇ ରହିଥିବା ସର୍ତ୍ତରେ ପରିବର୍ତ୍ତନ ହେବା କାରଣରୁ ଏହାକୁ ବାତିଲ କରାଯାଇଥିବା ଜଣାପଡ଼ିଛି । ଏଥିନେଇ ଏମ୍ସିଏଲ୍ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁସାରେ, ତାଳଚେର ଭୁବନେଶ୍ବରୀ ଖୋଲାମୁହଁ କୋଇଲା ଖଣିର ସମ୍ପ୍ରସାରଣ ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଅର୍କପାଳ-ଏ ଓ ସାକ୍ଷୀଗୋପାଳ-ଏ ବ୍ଲକ୍ରୁ କୋଇଲା ଉତ୍ତୋଳନ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା । ବାର୍ଷିକ ୫୦ ମେଟ୍ରିକ ଟନ୍ ହିସାବରେ ୧୪ ବର୍ଷ ପାଇଁ ଏଠାରୁ କୋଇଲା ଉତ୍ତୋଳନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକଳ୍ପର ଆନୁମାନିକ ମୂଲ୍ୟ ୩୮୨୬.୦୧୪ କୋଟି ଟଙ୍କା ରହିଛି । ଏହି ପ୍ରକଳ୍ପ ପାଇଁ ଗତ ସେପ୍ଟେମ୍ବରରେ ଗ୍ଲୋବାଲ୍ ଟେଣ୍ଡର ଆହ୍ବାନ କରାଯାଇଥିଲା । ନଭେମ୍ବରରେ ଏହା ଖୋଲା ଯାଇଥିଲା । ଖୁବଶୀଘ୍ର ଏଠାରେ କାମ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଏମ୍ସିଏଲ୍ କର୍ତ୍ତୃପକ୍ଷ ହଠାତ୍ ଏହି ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରି ଦେଇଛନ୍ତି । ଟେଣ୍ଡର ନେଇ ରହିଥିବା ବିଭିନ୍ନ ସର୍ତ୍ତ ପରିବର୍ତ୍ତନ କାରଣରୁ ଏହାକୁ ବାତିଲ କରାଯାଇଥିବା ଏମ୍ସିଏଲ୍ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍ରେ କୁହାଯାଇଛି । ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଟେଣ୍ଡର ଆଦାନି ଗ୍ରୁପ୍ ହାତେଇଥିଲା । ଆଦାନି ଗ୍ରୁପ୍ ଏବେ ବିବାଦରେ ପଡ଼ିବା ପରେ ଏମ୍ସିଏଲ୍ କର୍ତ୍ତୃପକ୍ଷ ତରବରିଆ ଭାବେ ଏହାକୁ ବାତିଲ କରିଦେଇଛନ୍ତି ବୋଲି ସୂଚନା ମିଳିଛି । Advertisement
ପୁଲିସ ଇନ୍ସପେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର – ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକ ମୂଲ୍ୟ ବୋଧ ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ…
ମର୍ମଦୁନ୍ତ ସଡକ ଦୁର୍ଘଟଣା -୨ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ -୬୩ର ଅନୁଗୁଳ-ଛେଣ୍ଡିପଦା ରାସ୍ତାରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
ଜାତୀୟ ରାଜପଥ ୫୫ ପୂର୍ଣ୍ଣାଙ୍ଗକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ରମେଶ ସାଏ ଭୁବନେଶ୍ୱର – ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ମଙ୍ଗୁଳି – ସମ୍ବଲପୁର ଜାତୀୟ ରାଜପଥ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବ ତାହା ସମସ୍ତଙ୍କ ମନରେ ପ୍ରଶ୍ନ ହୋଇ ରହିଛି…