ମୁଖ୍ୟ ଖବର କୋଭିଡ ନିୟମ ଉଲ୍ଲଂଘନ – ମେଡ଼ିସିନ ଦୋକାନ ସିଲ Angul OnlineJuly 17, 2021July 17, 2021 ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଥିବା ଏକ ମେଡ଼ିସିନ ଦୋକାନକୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ସିଲ କରିଛି । ସୂଚନା ଅନୁସାରେ ସୀତାରାମ ମେଡ଼ିସିନ ଷ୍ଟୋରରେ ଆଜି ସକାଳେ ବ୍ୟାପକ ଭିଡ ରହିଥିବା ବେଳେ ସାମାଜିକ ଦୁରତାକୁ ଲୋକ ମାନି ନଥିଲେ । ସେହି ସମୟରେ ସେହି ରାସ୍ତା ଦେଇ ଜିଲ୍ଲାପାଳ ଯାଉଥିବା ବେଳେ ତାଙ୍କ ନଜର ପଡିବାରୁ ସେ ସେଠାରେ ଓହ୍ଲାଇଥିଲେ । ଦୋକାନରେ ଏଭଳି ଭିଡ ଦେଖି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଏନଫୋର୍ସମେଣ୍ଟ ଟିମକୁ ଏ ନେଇ ସୂଚନା ଦେଇଥିଲେ । ଜିଲ୍ଲାପାଳଙ୍କ ଠାରୁ ଖବର ପାଇ ଏନଫୋର୍ସମେଣ୍ଟ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୋକାନୀକୁ ଦାଗିଦ କରିବା ବେଳେ ଦୋକାନୀ ଏନଫୋର୍ସମେଣ୍ଟ ଟିମ ସହ ଯୁକ୍ତିତର୍କ କରିଥିବା ସୂଚନା ମିଳିଛି । ଏହା ପରେ ଏନଫୋର୍ସମେଣ୍ଟ ଟିମ ସୀତାରାମ ମେଡ଼ିସିନ ଷ୍ଟୋରକୁ ୭ ଦିନ ପାଇଁ ସିଲ କରିଥିବା ଜଣା ପଡିଛି । Advertisement
୨ଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ ସହ ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ ସହ ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ କରିବା କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…
ବସରେ ଘରକୁ ଯାଉଥିବା ବେଳେ ଉଡିଗଲା ପ୍ରାଣବାୟୁ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଦେଇ ଯାଉଥିବା ଏକ ଯାତ୍ରୀ ବାହୀ ବସରେ ଯାଉଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ…
ଜଙ୍ଗଲ ନିଆଁରେ ଜଳିଗଲା ୬ ବଖରା ଘର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଯଦୁପୁର ବିଟ ନିକଟରେ ଜଙ୍ଗଲ ଜଳୁଛି । ବିଗତ ଚାରି ଦିନ ହେଲା ଜଙ୍ଗଲ ନିଆଁ ଜଳୁଥିଲେ ହେଁ…