ମୁଖ୍ୟ ଖବର ଡାକ୍ତରଖାନା ପରିସରରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ଔଷଧ Angul OnlineJanuary 13, 2023January 13, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଡାକ୍ତରଖାନା ପରିସରରେ ଭୟାବହ ଅଗ୍ନିକାଣ୍ଡ । ଡାକ୍ତରଖାନାର ଔଷଧ ଷ୍ଟୋର ରୁମରେ ନିଆଁ ଲାଗିଛି । ଯାହା ଫଳରେ ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ ହୋଇ ଯାଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ଆଜି ସକାଳେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ୍ରଗ ହାଉସ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଦେଖୁ ଦେଖୁ ଏହା ହୁ ହୁ ହୋଇ ଜଳିବାକୁ ଲାଗିଥିଲା । ଭିତରେ ମେଡ଼ିସିନ ଏବଂ ସ୍ପୀରିଟ ଭଳି ଅନ୍ୟାନ୍ୟ ଔଷଧ ଥିବା ଯୋଗୁଁ ମେଡ଼ିକାଲ କର୍ମଚାରୀ ଏହାକୁ ଆୟତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି । ତେବେ ଏହି ଅଗ୍ନିକାଣ୍ଡ ଫଳରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଔଷଧ ନଷ୍ଟ ହୋଇ ଯାଇଥିବା ଜଣା ପଡ଼ିଛି । Advertisement
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠର ଜଣେ ନାବାଳିକାକୁ ୪ ବର୍ଷ ତଳେ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ମାମଲାର ରାୟ ଶନିବାର ଜିଲ୍ଲା ଫାଷ୍ଟଟ୍ରାକ୍…
ଡାକ୍ତର ଧୀରେନ ପ୍ରଧାନଙ୍କ ପରଲୋକ ଅନୁଗୋଳ – ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଧୀରେନ କୁମାର ପ୍ରଧାନଙ୍କ ବିଳମ୍ବିତ ରାତିରେ ପରଲୋକ ହୋଇଛି । ସେ ଗତ କିଛି ଦିନ…
ରଘୁ ଆଉ ନାହିଁ ଅନୁଗୁଳ – କରୋନା ନେଲା ସାମ୍ବାଦିକଙ୍କ ଜୀବନ । ଅନୁଗୁଳ ଜିଲ୍ଲାରେ ବୈଦ୍ୟୁତିକ ଗଣମାଧ୍ୟମ ‘ଜି କଳିଙ୍ଗ’ ପାଇଁ କାର୍ଯ୍ୟରତ ସାମ୍ବାଦିକ ରଘୁନାଥ ସାହୁଙ୍କ ଶୁକ୍ରବାର ସକାଳେ…