ମୁଖ୍ୟ ଖବର ସିଂଘାରେଣୀ କୋଲ ଲିଃର ନୟନି କୋଲ ବ୍ଲକ୍ ପାଇଁ ତ୍ରିପାକ୍ଷିକ ବୈଠକ Angul OnlineFebruary 4, 2022February 4, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ସିଂଘାରେଣୀ କୋଲ୍ ଲିଃର ନୟନି କୋଲ୍ ବ୍ଳକ୍ କାର୍ଯ୍ୟକାରୀ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଛେଣ୍ଡିପଦା ଅଞ୍ଚଳରେ କୋଇଲା ଉତ୍ତୋଳନ ନିମନ୍ତେ ଜିଲ୍ଲା ପ୍ରଶାସନ , କମ୍ପାନୀ କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କୁ ନେଇ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଛେଣ୍ଡିପଦା ଅଞ୍ଚଳର କୋଇଲା ଉତ୍ତୋଳନ କାର୍ଯ୍ୟର ତଦାରଖ ନିମନ୍ତେ ସ୍ବତନ୍ତ୍ର ଭାବେ ଡେପୁଟୀ କଲେକ୍ଟର ଶ୍ରୀ ବଇତୁରା ଦିପଙ୍କୁ ଛେଣ୍ଡିପଦାର ଉପଜିଲ୍ଲାପାଳ ଭାବେ ନିୟୋଜିତ କରାଯାଇଛି I ଆଜି ଡେପୁଟୀ କଲେକ୍ଟର ଶ୍ରୀ ବଇତୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗ୍ରାମବାସୀମାନେ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ପ୍ରକାଶ କରିଥିଲେ । ତଳିପସି ଓ କରଡାବାହାଳ ଗ୍ରାମରେ ଲୋକମାନଙ୍କୁ ମୌଳିକ ସୁବିଧା ଯଥା ରାସ୍ତା , ସିନଟେକ୍ସ ଟ୍ୟାଙ୍କ ଯୋଗେ ପାନୀୟ ଜଳ ଯୋଗାଣ ଯୋଗାଇ ଦିଆଯିବାକୁ କମ୍ପନୀ କର୍ତ୍ତୃପକ୍ଷକୁ ପରାମର୍ଶ ଦିଆଯାଇଛି । ଚଳିତ ମାସ ୧୮ ତାରିଖ ପରେ ୟାଦାସ ଓ ସାମାଜିକ ଅର୍ଥନୈତିକ ସର୍ବେକ୍ଷଣ କରାଯିବ । କମ୍ପାନୀ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କ ସହିତ ନିୟମିତ ଆଲୋଚନା କରି ସେମାନଙ୍କର ବିଭିନ୍ନ ଆବଶ୍ୟକତାକୁ ପୁରଣ କରିବାକୁ ଅଧ୍ୟକ୍ଷ କର୍ତ୍ତୃପକ୍ଷକୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଭୂ – ଅର୍ଜନ ଅଧିକାରିଣୀ ଦାୟିତ୍ବରେ ଥିବା ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀମତୀ ଇଷାନୀ ପଣ୍ଡା ଓ କମ୍ପାନୀ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଗଲା ଚାଷୀଙ୍କ ଜୀବନ – ଟ୍ରାନ୍ସଫର୍ମରରେ ଲାଗି ମୃତ ଅନୁଗୁଳ – ଅନୁଗୁଳ ସଦର ଥାନା ମୁଷାପାପୁଲି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ରେ ଲାଗି ଜଣେ…
ନବାଳିକାକୁ ଅସଦାଚରଣ ଅଭିଯୋଗରେ ଡାକ୍ତର ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଡାକ୍ତର…
ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା – ୧ ମୃତ ୪ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ତଳମୂଳ ରାସ୍ତାର କାଦୁଛକ ନିକଟ ଆଜି ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ…