କୋଭିଡ ନିୟମକୁ ଫୁ କରି ବିଧାୟକଙ୍କ ସଭା – କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

କୋଭିଡ ନିୟମକୁ ଫୁ କରି ବିଧାୟକଙ୍କ ସଭା – କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ପାଲଲହଡା – ପ୍ରଶାସନର ନାକ ତଳେ କରୋନା ଗାଇଡଲାଇନର ଖୋଲାଖୋଲି ଉଲ୍ଲଂଘନ । ତା ପୁଣି ଖୋଦ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଅଭିଯୋଗ ହୋଇଛି । ଶାସକ ବିଜେଡି ପକ୍ଷରୁ ଏଭଳି କରା ଯାଇଥିବା ବିଜେପି ଅଭିଯୋଗ କରିଥିବା ବେଳେ ସରକାରୀ କାର୍ଯ୍ୟାଳୟରେ ଦଳୀୟ ପ୍ରଚାର କରା ଯାଇଥିବା ମଧ୍ୟ ଅଭିଯୋଗ କରିଛି । ଆଉ ଏ ଦିଗରେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରା ଯାଇଛି । ପାଲଲହଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଭୋଟ ଗଣତି କେନ୍ଦ୍ରରେ ସ୍ଥାନୀୟ ବିଧାୟକ ମୁକେଶ କୁମାର ପାଲ ଏବଂ ପଞ୍ଚାୟତ  ସମିତି ଅଧକ୍ଷ ନବ କିଶୋର ନାୟକ ବ୍ଲକର ଅଙ୍ଗନବାଡି କର୍ମୀ ଏବଂ ଆଶା କର୍ମୀ ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିବା ଆଳରେ କରା ଯାଇଥିବା ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ଲେଖା ଥିବା ଏବଂ ଶଙ୍ଖ ଚିହ୍ନ ଥିବା ଛତା , ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିଥିଲେ । ଯେଉଁଥିରେ କୋଭିଡ ନିୟମକୁ ପାଳନ କରା ନଯାଇ ୧୫୦ ରୁ ଊର୍ଦ୍ଧ୍ଵ କର୍ମଚାରୀ ଗୋଟିଏ କୋଠରୀରେ ବସିଥିଲେ । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । ତେବେ ଅଙ୍ଗନବାଡି କର୍ମୀଙ୍କୁ ସ୍ଥାନୀୟ ସିଡିପିଓ ଶାସକ ଦଳ ପାଇଁ କାମ କରୁଥିବା ଏବଂ  ନିଜ କ୍ଷମତା ର ଅପବ୍ୟବହାର କରି ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ଏହି  ଦଳୀୟ କାର୍ଯ୍ୟକ୍ରମକୁ ଡକାଇଥିବା ଭାଜପା ମହିଳା ମୋର୍ଚ୍ଚା ଅଭିଯୋଗ କରିଛି । ଏହା ସହ କୋଭିଡ ନିୟମ ଭାଙ୍ଗିଥିବାରୁ ସ୍ଥାନୀୟ ବିଧାୟକ , ବ୍ଲକ ଅଧକ୍ଷ ଏବଂ ସିଡିପିଓଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାଲଲହଡା ଭାଜପା ମଣ୍ଡଳ ମହିଳା ମୋର୍ଚ୍ଚାର ଏକ ପ୍ରତିନିଧ ଦଳ ସ୍ଥାନୀୟ ଉପଜିଲ୍ଲାପାଳ ଅଜିତ କୁମାର ପ୍ରଧାନଙ୍କ ମାଧ୍ୟମରେ  ଅନୁଗୁଳ ଜିଲ୍ଲାପାଳ , ୫ଟି ସଚିବ,  ଶିଶୁ ବିକାଶ ଓ କଲ୍ୟାଣ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply