ଥାନା ସ୍ଥାନାନ୍ତରକୁ ନେଇ ପ୍ରତିବାଦ ସଭା

ଥାନା ସ୍ଥାନାନ୍ତରକୁ ନେଇ ପ୍ରତିବାଦ ସଭା

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଧିନସ୍ଥ ବାଗଡିଆ ବିଟ ହାଉସକୁ ଏକ ନୂତନ ଥାନାରେ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ସହ ଶୀଘ୍ର ଥାନା ନିର୍ମାଣ କରି ସକ୍ଷମ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହା ବାଗଡ଼ିଆରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଜଣା ପଡ଼ିଛି । ବାଗଡିଆ ଥାନାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ପ୍ରତିବାଦରେ ରବିବାର ବାଗଡିଆ ପୁରୁଣା ହାଟପଦା ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଟାଙ୍ଗିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଅମରେଶ ନାଥଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ୫ଟି ପଂଚାୟତର ସରପଂଚ ,ଗ୍ରାମସଭାପତି ଓ ସମ୍ପାଦକ ମାନେ ଯୋଗ ଦେବା ସହିତ ବାଗଡିଆ ଥାନାକୁ ବାଗଡିଆରେ କରାଯିବା ପାଇଁ ଦାବି କରିଥିଲେ । ବୈଠକରେ ପ୍ରସ୍ତାବିତ ଥାନାକୁ ବାଗଡିଆରେ କରିବା ପାଇଁ ଏକ କ୍ରିୟାନୁଷ୍ଠାନ କମିଟ ଗଠନ କରାଯାଇଥିଲା ।ଏହି କମିଟର ସଭାପତି ସରୋଜ କୁମାର ସାହୁ ,ସମ୍ପାଦକ ବିରଞ୍ଚି ଗଡନାୟକ ,ଉପ ସଭାପତି ଉମାକାନ୍ତ ପ୍ରଧାନ ,ସହ ସମ୍ପାଦକ କରୁଣାକର ବିଶ୍ବାଳଙ୍କ ସମେତ ଉପଦେଷ୍ଟା ଭାବେ ବାଗଡିଆ ,ବରସାହି ,ଶିମିଳିପାଳ ,ବସନ୍ତପୁର ,ଟାଙ୍ଗିରୀ ଓ ପାଟକମୁଣ୍ଡା ପଂଚାୟତର ସରପଞ୍ଚ ଏବଂ ୩୦ରୁ ଉର୍ଦ୍ଧ୍ବ ଗ୍ରାମ ସଭାପତି ଓ ସମ୍ପାଦକଙ୍କୁ ଉପଦେଷ୍ଟା ଭାବେ ମନୋନିତ କରାଯାଇଥିଲେ । ବୈଠକରେ ବାଗଡିଆ ଥାନା ପ୍ରତିଷ୍ଠା ନିମନ୍ତେ ପୁଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି ଛେଣ୍ଡିପଦା ଥାନା ,ତହସିଲଦାରଙ୍କୁ ଏକ ଦାବିପତ୍ର ଦେବା ନିମନ୍ତେ ନିଷ୍ପତ୍ତି ନେବା ସହିତ ୧୭ ତାରିଖ ମଧ୍ୟରେ ବାଗଡିଆରେ ଥାନା ହେବା ପାଇଁ ପ୍ରଶାସନ ପକ୍ଷରୁ କୈଣସି ପ୍ରତିଶ୍ରୁତି ନମିଳିଲେ ୬ ପଂଚାୟତର ଅଧିବାସୀଙ୍କୁ ନେଇ ରାଜରାସ୍ତାକୁ ଉହ୍ଲାଇବେ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ସୂଚନାଯୋଗ୍ୟ ଯେ ବାଗଡିଆ ବିଟ ହାଉସ ଅଧୀନରେ କଣଲୋଇ, ନୂଆଗାଁ, ପାତ୍ରପଡ଼ା,ବରସାହି, ବାଗଡିଆ,ସିମିଳିପାଳ, ବସନ୍ତପୁର ଟାଙ୍ଗିରି, ପାଟକୁମୁଣ୍ଡା ପଂଚାୟତର ୪୮ଟି ରାଜସ୍ବ ଗ୍ରାମ ରହିଛି । ତେବେ ବାଗଡିଆରୁ ଥାନା ଅନ୍ୟତ୍ର ସ୍ଥାନାନ୍ତର କରାଗଲେ ପାଟକୁମୁଣ୍ଡା ପଂଚାୟତର କେରଜାଙ୍ଗ ,ତେବୁଡ ଟାଙ୍ଗିରୀ ପଂଚାୟତର ନୂଆପଡା ,ବସନ୍ତପୁର ପଞ୍ଚାୟତର ଘୁଣ୍ଟୁଳିପଶି ,ବସନ୍ତପୁର ,ଶିମିଳିପାଳ ପଂଚାୟତର ଚରାକାନି ,ଘଡ ,ଶିମିଳିପାଳ ଆଦି ଗ୍ରାମ ପ୍ରାୟ ୩୨ରୁ ଉର୍ଦ୍ଧ୍ବ ରାଜସ୍ବ ଗ୍ରାମ ନାହିଁ ନଥିବା ଅସୁବିଧା ଭୋଗ କରିବେ । ଫଳରେ ପ୍ରସ୍ତାବିତ ବାଗଡିଆ ଥାନାକୁ ୬ଟି ପଂଚାୟତର ମଧ୍ୟସ୍ଥଳ ବାଗଡିଆରେ ପ୍ରତିଷ୍ଠା କରାଗଲେ ଜନସାଧାରଣ ନ୍ୟାୟିକ ସୁବିଧାରେ ପାଇପାରିବେ ବୋଲି ବୈଠକରେ ଅଂଚଳବାସୀ ମତ ପ୍ରକାଶ କରିଥିଲେ । ଏଣୁ ନୂତନ ଥାନାକୁ ଗଡମଣ୍ଡଳରେ କରାନଯାଇ ବାଗଡିଆ ଗ୍ରାମରେ କରିବା ପାଇଁ ସାଧାରଣ ଦାବି କରିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
5
+1
0
+1
0

Leave a Reply