ଆଞ୍ଚଳିକ ମାଳତୀ ଦେବୀ ଆଶ୍ରମ’ ରାଷ୍ଟ୍ରର ଏକ ଶ୍ରଦ୍ଧାର କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନ Angul OnlineMay 21, 2023May 21, 2023 ଅନୁଗୋଳ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଓ ନାରୀ ନେତ୍ରୀ ସ୍ୱର୍ଗତ ମାଳତୀ ଚୌଧୁରୀଙ୍କ ଦ୍ୱାରା ଅନୁଗୋଳରେ ପ୍ରତିଷ୍ଠିତ ‘ବାଜି ରାଉତ ଛାତ୍ରାବାସ’ ସହ ‘ମାଳତୀ ଦେବୀ ଆଶ୍ରମ’ ପରିଦର୍ଶନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆଶ୍ରମ’ ପରିସରରେ ଥିବା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଓ ସ୍ୱର୍ଗତ ମାଳତୀ ଚୌଧୁରୀଙ୍କ ପୁଣ୍ୟ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଛାତ୍ରାବାସ ଓ ଆଶ୍ରମର ଉନ୍ନତି ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ମାଳତୀ ଦେବୀଙ୍କ ଦାୟାଦ ଓ ଆଶ୍ରମର ସଦସ୍ୟ ମାନଙ୍କ ସହ ମଧ୍ୟ ବିଚାରବିମର୍ଶ କରିଥିଲେ । ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଆଶ୍ରମ ଓ ବାଜି ରାଉତ ଛାତ୍ରାବାସ ହେଉଛି ରାଷ୍ଟ୍ରର ଏକ ଶ୍ରଦ୍ଧାର କେନ୍ଦ୍ର । ବିଶେଷ ଭାବରେ ଆମ ଓଡ଼ିଆଙ୍କ ପାଇଁ ମୂଲ୍ୟବୋଧଯୁକ୍ତ ରାଜନୀତି ଓ ସମର୍ପିତ ରାଜନୀତିର ପ୍ରତ୍ୟକ୍ଷ ମନ୍ଦିର । ଏହି ଆଶ୍ରମ ଓ ଛାତ୍ରାବାସ ଯେତିକି ବିକାଶ ହେବା କଥା ହୋଇନାହିଁ । ବାଜି ରାଉତ ଛାତ୍ରବାସ ପାଇଁ ସେ ନିଜ ସାଂସଦ ପାଣ୍ଠିରୁ ଆର୍ଥିକ ସହାୟତା ଦେଇଥିଲେ । ତେବେ ଦୁଇ ମହାନ ସଂଗ୍ରାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଛାତ୍ରାବାସ ସମେତ ମାଳତୀ ଦେବୀ ଆଶ୍ରମର ବିକାଶ ପାଇଁ ସମସ୍ତେ ଦାୟିତ୍ୱ ନେବା ଉଚିତ୍ ବୋଲି ସେ କହିଛନ୍ତି । ସେ କହିଥିଲେ ମାଳତୀ ଦେବୀ ଥିଲେ ନାରୀ ସଶକ୍ତିକରଣର ଅନ୍ୟତମ ପ୍ରତୀକ । ଦେଶର ସ୍ୱାଧୀନତା ସଂଗ୍ରାମରେ ଶିକ୍ଷା ଓ ନାରୀ ଶକ୍ତିକୁ ଯଥେଷ୍ଟ ଗୁରୁତ୍ୱ ଦେବା ସହ ସମାଜବାଦ, ଚାଷୀ ଓ ଭୂଦାନ ସହ ଅନେକ ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ପାଇଁ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନବ୍ୟାପୀ ଅବଦାନ ଚିର ଆଦର୍ଶ ହୋଇ ରହିବ ବୋଲି ସେ କହିଛନ୍ତି । Advertisement
ଆୟୁର୍ବେଦ ଦିବସ ପାଳିତ ତାଳଚେର – ତାଳଚେର ଥର୍ମାଲ ଆଶାଲୋକ ଚିକିତ୍ସାଳୟ ଓ ଏନ ଟି ପି ସି/ ଟି ଟି ପି ଏସ ଦ୍ୱାରା ଡି ଏ ଭି ସ୍କୁଲ…
ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ଅନୁଗୁଳ -ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ମେଗା ଶିବିରକୁ ଅନୁଗୁଳ ବିଧାୟକ…
କାର୍ଗିଲ ବିଜୟ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨୩ ତମ କାର୍ଗିଲ ବିଜୟ ଦିବସ ସମାରୋହ ଆୟୋଜିତ ହୋଇଯାଇଛି । ଅନୁଗୁଳ ପୌରପାଳିକାର ପୌରାଧ୍ୟକ୍ଷ…