ଆଞ୍ଚଳିକ ସାପ କାମୁଡାରେ ନାବାଳକ ମୃତ Angul OnlineOctober 13, 2022October 13, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବହାଳସାହି ଗାଁରେ ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣଙ୍କ ହେଲେ ପ୍ରଶାନ୍ତ ଭୁତିଆଙ୍କ ୯ ବର୍ଷର ପୁଅ ପ୍ରିତେଶ ଭୁତିଆ । ସୂଚନା ଅନୁସାରେ ପ୍ରିତେଶ ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ପରିବାର ଲୋକ ଏହା ଜାଣିବା ପରେ ପ୍ରଥମେ ଛେଣ୍ଡିପଦା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିଲା । ତେବେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ଗାଁରେ ଜଣା ପଡିବା ପରେ ଗ୍ନାରେ ଶୋକର ଛାୟା ଖେଳି ଯାଇଛି । Advertisement
ସଡକ ଦୁର୍ଘଟଣାରେ ଯୁବକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ମୂଷାପାପୁଲି ଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜିଲ୍ଲା…
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଦାବି ଅନୁଗୁଳ – ଗୋବଂଶର ସୁରକ୍ଷା ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ସହ ଧର୍ମାନ୍ତରୀକରଣ ବନ୍ଦ କରିବା…
ଦୁର୍ଘଟଣାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟରେ ଆଜି ମଧ୍ୟାହ୍ନରେ ଏକ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ…