ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଏକ ଲଜ୍ୟାଜନକ ଘଟଣା ଘଟି ଯାଇଛି । ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଖାଇବା ନେଇ ଦେଇଥିବା ବେଳେ ଡାକ୍ତରଙ୍କୁ ଏକୁଟିଆ ପାଇ ଯୁବକ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିବା ଡାକ୍ତର ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ମହିଳା ଡାକ୍ତର ଜଣଙ୍କ ତାଙ୍କ ଭାଇଙ୍କ ସହ ସରକାରୀ ବାସଭବନରେ ରୁହନ୍ତି । ଗତକାଲି ଡାକ୍ତରଙ୍କ ଭାଇ ଛେଣ୍ଡିପଦାର ଏକ ହୋଟେଲକୁ ଖାଇବାକୁ ଯାଇଥିବା ବେଳେ ସେହି ହୋଟେଲର ମାଲିକଙ୍କ ହାତରେ ଖାଇବା ପାର୍ସଲ ଘରକୁ ପଠାଇଥିଲେ । ଖାଇବା ନେଇ ହୋଟେଲ ମାଲିକ ମହିଳା ଡାକ୍ତରଙ୍କ ବାସଭବନରେ ପହଞ୍ଚିବା ପରେ ତାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ । ଆଉ ଏ ନେଇ ଆଜି ମହିଳା ଡାକ୍ତର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ କରୁଛି । ତେବେ ଡାକ୍ତରଖାନା ପରିସରରେ ଏଭଳି କାଣ୍ଡ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଳଟିଥିବା ବେଳେ ଡାକ୍ତରଙ୍କ ଏଭଳି ଦୁଷ୍କର୍ମ କରିଥିବା ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
What’s your Reaction?
+1
+1
+1
+1
+1
+1
+1