ମୁଖ୍ୟ ଖବର ପିତୃ ଦିବସରେ ବିଧାୟକ ବ୍ରଜ କିଶୋରଙ୍କ ପିତୃ ବିୟୋଗ Angul OnlineJune 18, 2023June 18, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ପିତୃ ବିୟୋଗ ହୋଇଛି । ବ୍ରଜ କିଶୋର ପ୍ରଧାନଙ୍କ ବାପା ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଜଣେ ଅବସରପ୍ରାପ୍ତ ଭାରତୀୟ ସେନା ବାହିନୀର କର୍ମଚାରୀ ଥିଲେ । ସେ ଗତ କିଛିଦିନ ହେଲା ଅସୁସ୍ଥ ଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଉପ-ବାଚସ୍ପତି ରଜନୀକାନ୍ତ ସିଂହ , ଜିଲ୍ଲାର ସମସ୍ତ ବିଧାୟକ , ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନୁ ବିହାଫି ଦାସ ସମେତ ବହୁ ବରିଷ୍ଠ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି । ଆଜି ଦିନରେ ସମଗ୍ର ରାଷ୍ଟ୍ର ପିତୃ ଦିବସ ପାଳନ କରୁଥିବା ବେଳେ ବିଧାୟକ ବ୍ରଜ କିଶୋର ତାଙ୍କ ପିତାଙ୍କୁ ହରାଇବା ପରିବାରଙ୍କୁ ଧର୍ଯ୍ୟ ଓ ସାହସ ଦେବାକୁ ଭଗବାନଙ୍କ ନିକଟରେ ଅନେକ ସମର୍ଥକ ଓ ନେତା ପ୍ରାର୍ଥନା କରିଛନ୍ତି । Advertisement
ବ୍ୟାଟେରୀ ଚାଳିତ ସ୍କୁଟିରୁ ଅଗ୍ନିକାଣ୍ଡ – ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ କୋଲୋନୀ ପରିସରରେ ଆଜି ଏକ ବ୍ୟାଟେରୀ ଚାଳିତ ଗାଡ଼ିରେ ନିଆଁ ଲାଗି ଘର ଭିତରକୁ ବ୍ୟାପିଯିବା ଫଳରେ ସମସ୍ତ ଆସବାବପତ୍ର…
ବନ୍ଧା ହେଲେ ନର୍ସିଂ କଲେଜ ମାଲିକ ଅନୁଗୋଳ – ଅନୁଗୋଳ ସାଇଶ୍ରଦ୍ଧା କଲେଜ ଅଫ ନର୍ସିଂର ମାଲିକଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି ।ସୂଚନା ଅନୁସାରେ ଉକ୍ତ କଲେଜରେ ପାଠ ପଢ଼ୁଥିବା ତିନି ଜଣ…
ବ୍ରାଉନସୁଗାର ଜବତ – ୬ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଗୁରୁବାର ୪୯ ନମ୍ବର ଜାତୀୟ ରାଜପଥରୁ ୧୩ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି । ଆଉ ଏହି…