ଭଲ ଖବର ବିଧାୟକଙ୍କ କୋଭିଡ ଡାକ୍ତରଖାନା ପରିଦର୍ଶନ Angul OnlineMay 18, 2021May 18, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଆଜି ତାଳଚେର କୋଭିଡ ହସପିଟାଲ ପରିଦର୍ଶନ କରିଛନ୍ତି । ବିଧାୟକ ପିପିଇ କିଟ ପିନ୍ଧି ଡାକ୍ତରଖାନା ପରିଦର୍ଶନ କରିବା ସହ ରୋଗୀଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଜଣେ ବିଧାୟକ ଏଭଳି କୋଭିଡ଼ ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ପିନ୍ଧି ତାଳଚେର ନେହେରୁ ଶତାବ୍ଦୀ ଚିକିତ୍ସାଳୟ ପରିସରରେ ଥିବା କୋଭିଡ ହସ୍ପିଟାଲରେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିଛନ୍ତି । ସଠିକ ଚିକିତ୍ସା ହେଉଛି ନା ନାହିଁ ସମସ୍ତଙ୍କୁ ସବୁ ସୁବିଧା ଉପଲବ୍ଧ ହେଉଛି ନା ନାହିଁ ସେ ସମ୍ପର୍କରେ ପଚାରି ବୁଝିବା ସହ ଆଇସିୟୁର ସ୍ଥିତି , ଅକ୍ସିଜେନ , ରୋଗୀଙ୍କ ଖାଦ୍ୟପେୟ , ଔଷଧ ଏବଂ ଚିକିତ୍ସା କିପରି ଚାଲିଛି ସେ ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । Advertisement
ଆଠମଲ୍ଲିକରେ ହେବ ଅତ୍ୟାଧୁନିକ ବସଷ୍ଟାଣ୍ଡ ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ସହରରେ ନିର୍ମାଣ ହେବ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ । ଏଥିପାଇଁ ସରକାରଙ୍କ ମଞ୍ଜୁରୀ ମିଳିଛି । ବସଷ୍ଟାଣ୍ଡ ନିର୍ମାଣରେ ପ୍ରାୟ…
କ୍ରୀଡାବିତଙ୍କ ସ୍ଵପ୍ନ ହେଲା ପୂରଣ – ପୁଲିସରେ ମିଳିଲା ନିଯୁକ୍ତି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଯୁବ କ୍ରୀଡ଼ାବିତ୍ ରାକେଶ ଭୁକ୍ତାଙ୍କୁ ରାଜ୍ୟ ପୁଲିସ ବିଭାଗରେ ନିଯୁକ୍ତି ମିଳିଛି । ତାଙ୍କ ଘର ତାଳଚେର ବ୍ଲକ…
ଟ୍ରକ ମାଲିକ ସଂଘ ପକ୍ଷରୁ ଆଇଏଫଟି ମେସିନ ପ୍ରଦାନ ଅନୁଗୁଳ – ବିଶ୍ବ ଫିଜିଓଥେରାପି ଦିବସ ଅବସରରେ ଅନୁଗୁଳ ଟ୍ରକ ମାଲିକ ସଂଘ ପକ୍ଷରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫିଜିଓଥେରାପି ବିଭାଗକୁ ଯନ୍ତ୍ରଣା ଉପଶମ କରୁଥିବା…