ଅପରାଧ ଦୁଇ ମୋବାଇଲ ଫୋନ ଚୋର ଗିରଫ Angul OnlineJune 5, 2023June 5, 2023 ଅନୁଗୋଳ – ଅନୁଗୋଳ ଥାନା ଅନ୍ତର୍ଗତ ହୁଲୁରିସିଂହା ଅଞ୍ଚଳରେ ମୋବାଇଲ ଚୋରୀ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଦୁଇ ଜଣ ଯୁବକ ହେଲେ ହୁଲୁରିସିଂହା ଆମ୍ବେଦକର ନଗରର ଅର୍ଜୁନ ମୁଖୀ ( ୨୯ ) ଓ ରାଜୁ ମୁଖୀ ( ୪୮ ) ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ , ୨୦୨୨ ସେପ୍ଟେମ୍ବର ୧୩ ତାରିଖରେ ଦେବାଶିଷ ମିଶ୍ରଙ୍କ ଘରୁ ଦୁଇଟି ମୋବାଇଲ ଚୋରୀ ହୋଇଥିଲା । ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୪୯୫ | ୨୩ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ତେବେ ମୋବାଇଲଟି ଆମ୍ବେଦକର ନଗରରେ ଆକ୍ଟିଭ୍ ହେବା ପରେ ପୁଲିସ ଚଢ଼ାଉ କରିଥିଲା । ଏହାପରେ ସେ ରାଜୁ ମୁଖୀ ମୋବାଇଲ ଫୋନ୍ ବ୍ୟବହାର କରୁଥିବା ଜାଣି ପାରିବା ପରେ ପୁଲିସ ତାକୁ କାବୁ କରିବା ପରେ ଥାନାକୁ ଉଠାଇ ଆଣିଥିଲା । ପରେ ପଚରା ଉଚରା ସମୟରେ ଅର୍ଜୁନ ତାଙ୍କୁ ମୋବାଇଲ ଫୋନ ବିକ୍ରୀ କରିଥିବା କଥା ସେ କହିଥିଲେ । ପରେ ଦୁହେଁଙ୍କୁ ଅନୁଗୋଳ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଧଳା ଚୋରା ବଲେରୋ ଛାଡି ନେଇଗଲେ ନାଲି ବଲେରୋ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗ୍ରାମର ଶିମିଳିସାହି ଠାରୁ ଛେଣ୍ଡିପଦା ପୁଲିସ ସୋମବାର ରାତ୍ରୀ ୯ଟାରେ ଏକ ଚୋରା ବଲେରୋ ଗାଡିକୁ…
କାରରୁ ଗଞ୍ଜେଇ ଜବତ – ୩ ଗିରଫ ଛେଣ୍ତିପଦା – ବୌଦ୍ଧ ଜିଲ୍ଲାରୁ ଅନୁଗୁଳ ଜିଲ୍ଲା ଦେଇ ଚୋରା ଗଞ୍ଜେଇ ଚାଲାଣ ବେଳେ କାର ସହ ବିପୁଳ ପରିମାଣର ଗଞ୍ଜେଇ ଧରିବାକୁ ସଫଳ ହୋଇଛି ଛେଣ୍ତିପଦା…
ପୁଲିସବାବୁଙ୍କ ଠାରୁ ଟଙ୍କା ଠକିନେଲେ ସାଇବର ଠକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ପୁଲିସ ବାବୁ ସାଇବର ଠକେଇର ଶିକାର ହୋଇଛନ୍ତି । ପିଟିସି ଟ୍ରେନିଂ କଲେଜରେ ଏ ଏସ ଆଇ ଟ୍ରେନିଂ…