ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି । ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ବେଳେ ଶ୍ରୀ ଜୀଉଙ୍କ ତିନୋଟି ଚିତା ବା ମଥାମଣି ଦୁର୍ବୃତ୍ତ ଚୋରି କରି ନେଇଥିବା ଜଣା ପଡ଼ିଛି । ଆଜି ସକାଳ ସମୟରେ ପୂଜକ ନୀତିକାନ୍ତି କରିବାକୁ ଆସିବା ସମୟରେ ଚୋରି ହୋଇଥିବା ଜାଣି ପାରିବା ସହ ଏ ନେଇ ମନ୍ଦିର ପରିଚାଳନା କମିଟିକୁ ଅବଗତ କରାଇଥିଲେ । ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ପହଞ୍ଚି ଅନୁଧ୍ୟାନ କରିବା ସହ ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ବିଷୟରେ ଖବର ପାଇ ତୁରନ୍ତ ମନ୍ଦିରରେ ପହଁଚିବା ସହ ଘଟଣାର ତଦନ୍ତ ଓ ଅନୁସନ୍ଧାନ ଆରମ୍ଭ କରିଥିଲା । ପ୍ରାରମ୍ଭିକ ଅନୁସନ୍ଧାନରୁ ହୁଣ୍ଡି ଭାଙ୍ଗି ଚୋର ମାନେ ଦାନ ଟଙ୍କା ଓ ସୁନା ସହ ଶ୍ରୀ ଜୀଉଙ୍କ ମଥାରେ ଲାଗିଥିବା ତିନୋଟି ମଥାମଣି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏହା ସହ ଅନ୍ୟ କଣ ଚୋରି ହୋଇଛି ସେ ନେଇ ତଦନ୍ତ ଜାରି ରଖିଛି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୁଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଡକାଇ ତଦନ୍ତ ଜାରି ରଖିଛି । ମନ୍ଦିରରେ CCTV ଲାଗିଥିଲେ ମଧ୍ୟ ତାହା କାର୍ଯ୍ୟ କରୁନଥିବା ମନ୍ଦିର ପରିଚାଳନା କମିଟି ସଂପାଦକ କହିଛନ୍ତି । ତେବେ ମନ୍ଦିରରୁ ଚୋରିକୁ ନେଇ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମନରେ ଆଘାତ ଲାଗିଥିବା ବେଳେ ଏହାକୁ ନେଇ ଜାହିର କରିଛନ୍ତି ଅସନ୍ତୋଷ । ମନ୍ଦିରରେ ଚୋରିକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମନ୍ଦିର ପରିଚାଳନା କମିଟିର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି ଜଗନ୍ନାଥ ସେନା । ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ପାଇଁ କୌଣସି ବନ୍ଦୋବସ୍ତ ଆଜିଯାଏ କରା ନ ଯିବାରୁ ଚୋର ଚୋରି କରିବାକୁ ସୁଯୋଗ ପାଇଛି ବୋଲି ଅଭିଯୋଗ ହୋଇଛି । ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରିକୁ ନେଇ ସଚେତନ ନାଗରିକ ମାନେ ମନ୍ଦିର ସମ୍ମୁଖରେ ଧାରଣା ଦେବା ସହ ଘଟଣାର ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ବୁର୍ବୃତ୍ତଙ୍କୁ ଧରିବା ଏବଂ ମନ୍ଦିର ପରିଚାଳନା କମିଟିରେ ଅବହେଳା କରିଥିବା କର୍ମକର୍ତ୍ତାଙ୍କୁ ବହିଷ୍କାର ଦାବି କରିଛନ୍ତି ।ଘଟଣା ବିଷୟରେ ଖବର ପାଇ ଅନୁଗୁଳ ବିଧାୟକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାକୁ ନିନ୍ଦା କରିଥିଲେ । ଅପରପକ୍ଷରେ ଅନୁଗୋଳ SDPO ଘଟଣାର ତଦନ୍ତ ଚାଲିଥିବା କହିବା ସହ ଦୋଷୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା କହିଛନ୍ତି ।
Recent News
ବାଘ ଶିକାର କରି ଚାରି ଗିରଫ
ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ମହାବଳ ବାଘଙ୍କ ପରେ କଲରାପତରିଆ ବାଘ ଉପରେ ବିପଦ ପଡିଛି । ଗତ ସପ୍ତାହରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଦୁଇଟି କଲରାପତରିଆ…
ଘରୋଇ କଳହରୁ ହତ୍ୟାକାଣ୍ଡ – ଦାଦାଙ୍କୁ ପିଟି ପିଟି ମାରିଦେଲେ ୩ ପୁତୁରା
ଆଠମଲ୍ଲିକ -(AO) – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ପ୍ରତାପପୁର ଗାଁରେ ଘରୋଇ କଳହରୁ ଆଜି ଏକ ହତ୍ୟାକାଣ୍ଡ ହୋଇଥିବା ଜଣା ପଡିଛି । ୩…
ପାଇପଲାଇନରୁ ତେଲ ଚୋରି ବେଳେ ୪ ଅଭିଯୁକ୍ତ ଗିରଫ – ଉତ୍ତରପ୍ରଦେଶରୁ ଲମ୍ବିଛି ଚେର
ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ଦେଇ ପାରାଦୀପ-ରାଇପୁର-ରାଞ୍ଚି ଯାଇଥିବା IOCLର ପାଇପାଲାଇନରୁ ଡିଜେଲ ଚୋରି କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି…