ହୋଟେଲ ରେଟିଂ ନାଁରେ ଟଙ୍କା ଠକେଇ

ହୋଟେଲ ରେଟିଂ ନାଁରେ ଟଙ୍କା ଠକେଇ

 

ଅନୁଗୁଳ – ସାଇବର ଠକମାନେ ନୁଆଁ ନୁଆଁ ଫନ୍ଦି ବହାରକରି ଲୋକଙ୍କୁ ଠକିବାରେ ଲାଗିଛନ୍ତି । କେବେ କ୍ରେଡିଟ କାର୍ଡ ବାହାନାରେ ତ ଆଉ କେତେବେଳେ ଚାକିରୀର ପ୍ରଲୋଭନ ଦେଖାଇ ଟଙ୍କା ଠକୁଛନ୍ତି ସେମାନେ । ତେବେ ଅନୁଗୁଳରେ ଜଣେ ଛାତ୍ରୀଙ୍କ ପାଖରୁ ହୋଟେଲ ରେଟିଂ ଦେଲେ ଟଙ୍କା ମିଳିବ ବୋଲି ଲୋଭ ଦେଖାଇ ୨୭ ହଜାର ଟଙ୍କା ଠକି ନେଇଥିବା ଜଣା ପଡିଛି । ଏହି ଠକେଇର ଶୀକାର ହେଲା ପରେ ଛାତ୍ରୀ ଜଣଙ୍କ ଅନୁଗୁଳ ଥାନା‌ରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାର ଜଣେ ଛାତ୍ରୀ ଅନୁଗୁଳରେ ରହି ଏକ କଲେଜରେ ପଢ଼ନ୍ତି । ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସି , ଅନ୍‌ଲାଇନ୍‌ରେ ହୋଟେଲ‌କୁ ଭଲ ରେଟିଂ ଦେଲେ ଟଙ୍କା ମିଳିବ ବୋଲି ତାଙ୍କୁ ଏକ ସାଇବର ଠକ ପରାମର୍ଶ ଦେଇଥିଲା । ଏଥିରେ ସେ ଭଳି ଯାଇ ରେଟିଂ ଦେଇଥିଲେ । କିନ୍ତୁ ଟଙ୍କା ପଠାଇବା ପୂର୍ବରୁ ଏଥିପାଇଁ ପ୍ରଥମେ କିଛି ଟଙ୍କା ପଠାଇବା ପାଇଁ ଠକ କହିଥିଲା । ଛାତ୍ରୀଜଣଙ୍କ ପର୍ଯ୍ୟାୟକ୍ରମେ ୨୭ ହଜାର ଟଙ୍କା ଦେଇ ଦେଇଥିଲେ । କିନ୍ତୁ ପରେ ଟଙ୍କା ନ ପାଇ ଠକାମୀର ଶୀକାର ହୋଇଥିବା ଜାଣିଥିଲେ । ଏହା ଜାଣିବା ପରେ ସେ ଏନେଇ ଅନୁଗୁଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମ‌ାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

What’s your Reaction?
+1
1
+1
0
+1
0
+1
3
+1
3
+1
0
+1
1

Leave a Reply