ଅନୁଗୁଳ – ଅନୁଗୁଳରେ ପୁଣି ମାତିଲେ ସାଇବର ଠକ । କେୱାଇସି ଅପଡେଟ୍ କରିବା ବାହାନରେ ଶିମିଳିପଡ଼ାର ଜୈନିକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୨୦ ହଜାର ଲୁଟ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ସୂଚନା ଅନୁସାରେ , ଶିମିଳିପଡ଼ା ଅଞ୍ଚଳର ଜଣେ ଯୁବକଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । ତେବେ ବ୍ୟାଙ୍କର କେୱାଇସି ଅପଡେଟ୍ କରିବାକୁ କହିବା ସହ , ନକଲେ ୫ ହଜାର ଟଙ୍କା ଜରିମାନା ଭରିବାକୁ ପଡ଼ିବ ବୋଲି ଠକ କହିଥିଲା । ଏହାପରେ ତାଙ୍କ ମୋବାଇଲକୁ ଏକ କୋଡ଼ ଆସିଥିଲା । କୋଡ଼ ଆସିବା ପରେ ତାଙ୍କ ଆକାଉଣ୍ଟରୁ ତୁରନ୍ତ ୨୦ ହଜାର ଟଙ୍କା କଟିଯାଇଥିଲା । ଠକ ତାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିଆ ନେଇଥିବା ଜାଣିବା ପରେ ସେ ଅନୁଗୁଳ ଥାନାରେ ଳିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି ।
What’s your Reaction?
+1
+1
+1
+1
+1
+1
+1