ଖେଳ ଓ ଖେଳାଳି ମନସୁନ୍ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ Angul OnlineAugust 7, 2023August 7, 2023 ଅନୁଗୁଳ – ସ୍ଥାନୀୟ ମା’ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଆଜି ଉଦ୍ଘାଟିତ ହୋଇଛି ମନ୍ସୁନ କ୍ରିକେଟ୍ ପ୍ରତିଯୋଗିତା । ଏମ୍ବିସିସି ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ ପ୍ରତିଯୋଗିତାର ପ୍ରଥମ ଦିନରେ ଅନୁଷ୍ଠିତ ହୋଇଥିବା କ୍ବାର୍ଟର ଫାଇନାଲ ମ୍ୟାଚ୍ରେ ସାଇ ୱାରିୟର୍ସ, ନତଡ଼ା କ୍ରିକେଟ୍ କ୍ଲବ, ବଲ ଟୁ ଷ୍ଟାର କ୍ଲବ ଓ ଲୁଟୁ ୱାରିୟର୍ସ ବିଜୟୀ ହୋଇଛନ୍ତି । ଆସନ୍ତାକାଲି ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଆଜି ସକାଳେ ଏହି ପ୍ରତିଯୋଗିତାକୁ ପୂର୍ବତନ ନଗରପାଳ ଶକ୍ତପ୍ରସାଦ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଅନୀଲ ପ୍ରଧାନ, ସମରେଶ ନାଥ, ପତିତପାବନ ସାହୁ, ଲିଟୁନ୍ କୁମାର ସାହୁ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ମା’ ବାସନ୍ତୀ ଦୁର୍ଗା ପୂଜା କମିଟିର ଉପଦେଷ୍ଟା ଆଇନଜୀବୀ ପ୍ରଦୀପ ଦେବତା, ସଂପାଦକ ଅନୂପ ମହାନ୍ତିଙ୍କ ସମେତ ଭଲିବଲ ହୋମ୍ର ସଭାପତି ପ୍ରତାପ ମାଝୀ, ଟୁକୁ ପ୍ରଧାନ, ଅନୀଲ ପଟ୍ଟନାୟକ, ମନୁ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। Advertisement
ଅନୁଗୁଳ ଆସିବେ ଗୌତମ ଗାମ୍ଭୀର ଅନୁଗୁଳ – ଅନୁଗୁଳ ଆସିବେ ଗୌତମ ଗାମ୍ଭୀର । ଆସନ୍ତା ୨୫ ତାରିଖ ସେ ଅନୁଗୁଳ ଆସି ସ୍ଥାନୀୟ କଦମ ପଡ଼ିଆରେ ଅନୁଗୁଳ କ୍ରିକେଟ ସଂଘ (…
ଜାତୀୟ ମୁଥୁତାଇ ପ୍ରତିଯୋଗିତାରେ ଚମକିଲେ ଅନୁଗୁଳ ପ୍ରତିଯୋଗୀ – ହାତେଇଲେ ୬ ସ୍ୱର୍ଣ୍ଣ ପଦକ ଅନୁଗୁଳ – ଜାତୀୟ ସ୍ତରୀୟ ମୁଥୁତାଇ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାର ପ୍ରତିଯୋଗୀଙ୍କୁ ସଫଳତା ମିଳିଛି । ମଧ୍ୟପ୍ରଦେଶରେ ଆୟୋଜିତ ଜାତୀୟ ମୁଥୁତାଇ ଚାମ୍ପିଅନସିପ ୨୦୨୨ରେ ଓଡ଼ିଶାର ପ୍ରଦର୍ଶନ…
ତାଳଚେର ଠାରେ ହେବ ଇଣ୍ଡୋର ଷ୍ଟାଡିଅମ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଏକ ନୂତନ ଇଣ୍ଡୋର ଷ୍ଟାଡିଅମ ତିଆରି ହେବ । ଏ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଓ ତାଳଚେର…