ଝାଡ଼ାବାନ୍ତିରେ ୫୦ ରୁ ଅଧିକ ଆକ୍ରାନ୍ତ

କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଗହମ ଗାଁରେ ଝାଡାବାନ୍ତିରେ ୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅନେକ ରୋଗୀ ପବିତ୍ର ନଗର , ମଣ୍ତାପାଳ ଓ ଗୋଡିବନ୍ଧ ମେଡିକାଲ ଚିକିତ୍ସା ହେଉଛନ୍ତି । ଆଜକୁ ୨ଦିନ ହେବ ଲୋକମାନେ ଆକ୍ରାନ୍ତ ହେଉଥିବା ବେଳେ ପାଇପ ଯୋଗେ ଯୋଗାଣ ହେଉଥିବା ପାଣି ପିଇ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଡାକ୍ତରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ପାଣି ନମୁନା ପରୀକ୍ଷା କରିଥିବା ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *