ସମସ୍ୟା ନବକୃଷ୍ଣ ଚୌଧୁରୀ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନରେ ଅର୍ଦ୍ଧାଧିକ ପଦବୀ ଖାଲି ପଡିଛି – ଉଚ୍ଚ ଶିକ୍ଷାମନ୍ତ୍ରୀ Angul OnlineJuly 6, 2022July 6, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଥିବା ଏକମାତ୍ର ନବକୃଷ୍ଣ ଚୌଧୁରୀ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ଅର୍ଦ୍ଧାଧିକ ପଦବୀ ଖାଲି ପଡିଥିବା କଥା ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ବିଧାନ ସଭାରେ କହିବା ସହ ଏହି ସବୁ ପଦବୀ ପୂରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଜାରି ରହିଛି ବୋଲି କହିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଆଜି ବିଧାନସଭାରେ ଅନୁଗୁଳ ଠାରେ ଥିବା ନବକୃଷ୍ଣ ଚୌଧୁରୀ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନରେ ମଞ୍ଜୁରୀପ୍ରାପ୍ତ ବିଭିନ୍ନ ବର୍ଗର ଅଧ୍ୟାପକ ଓ କର୍ମଚାରୀ ପଦବୀରୁ କେତେ ପଦବୀ ଖାଲି ଅଛି , ଏହା ପୂରଣ ପାଇଁ କି ପଦକ୍ଷେପ ଗ୍ରହଣ କରାଯାଉଅଛି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ରୋହିତ ପୂଜାରୀ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଅନୁଗୁଳଠାରେ ଥିବା ନବକୃଷ୍ଣ ଚୌଧୁରୀ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନରେ ମଞ୍ଜୁରୀପ୍ରାପ୍ତ ବିଭିନ୍ନ ବର୍ଗର ଅଧ୍ୟାପକ କର୍ମଚାରୀ ପଦବୀର ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏହି ବିବରଣୀ ଅନୁଯାୟୀ ନବକୃଷ୍ଣ ଚୌଧୁରୀ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନରେ ଅଧ୍ୟକ୍ଷ ପଦ ଖାଲି ରହିଥିବା ବେଳେ ଆସୋସିଏଟ ପ୍ରଫେସର ୩ ଟି ପଦବୀରୁ ଗୋଟିଏ ଖାଲିରହିଛି । ସେହିଭଳି ଆସିଷ୍ଟାଣ୍ଡ ପ୍ରଫେସର ପଦବୀ ୧୩ ଟି ଥିବା ବେଳେ ସମସାତ ପଦବୀ ଖାଲି ରହିଛି । ଲାଇବ୍ରେରିଆନ , ଲାବୋତାରୀ ଆସିଷ୍ଟାଣ୍ଡ ପଦବୀରେ କେହି ନାହାନ୍ତି । ସିନିୟର ଆସିଷ୍ଟାଣ୍ଡ ୩ ରୁ ଦୁଇଟି ପଦବୀ , ଜୁନିଅର ଆସିଷ୍ଟାଣ୍ଡ ୬ ରୁ ୩ ପଦବୀ , ଦଫ୍ତାରୀ ପଦ , ପିଅନ ୩ ରୁ ଦୁଇଟି ଏବଂ ମାଟ୍ରନ ପଦବୀ ଖାଲି ରହିଛି ବୋଲି ମନ୍ତ୍ରୀ ତାଲିକାରେ ଉଲ୍ଲେଖ କରିଛନ୍ତି । ତେବେ ଏହି ପଦବୀ ପୂରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଜାରି ରହିଅଛି ବୋଲି ସେ କହିଛନ୍ତି । ତେବେ ଏଭଳି ଅର୍ଦ୍ଧାଧିକ ପଦବୀ ଖାଲି ରହିଥିବା ବେଳେ ଏଠାରେ ପାଠପଢା କିପରି ହେଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । Advertisement
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଖାଇବାରୁ ହରିଲୁଟ ଅନୁଗୋଳ – ଅନୁଗୋଳ ଜିଲ୍ଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କୁ ସୁଷମ ଖାଦ୍ୟ ବଣ୍ଟନ କରିବାର ମହତ୍ ଉଦ୍ଦେଶ୍ୟ ନେଇ ସରକାର ଦିନକୁ ତିନି ଓଳି ଖାଦ୍ୟର…
ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଡକେରଜାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓଲ୍ହାଇଥିଲେ ଛାତ୍ରଛାତ୍ରୀ । ସ୍କୁଲ ଫାଟକରେ ତାଲା ପକାଇବା ସହ…
ତାଳଚେର ବ୍ଲକ ୧୨ ଓ ୧୬ ନମ୍ୱର୍ ୱାର୍ଡର ପୁନଃ ନିର୍ବାଚନ ପାଇଁ ଦାବି ଅନୁଗୁଳ – ଅନୁଗୁଳ ତାଳଚେର ବ୍ଲକ କୋଡ଼ିଏ ନମ୍ୱର୍ ଜିଲ୍ଲା ପରିଷଦ ଅନ୍ତର୍ଗତ ୧୨ ଓ ୧୬ ନମ୍ୱର୍ ୱାର୍ଡ ପାଇଁ ହୋଇଥିବା ପଞ୍ଚାୟତ ନିର୍ବାଚନ ଗଣତି…