ମୁଖ୍ୟ ଖବର ସାମାଜିକ ବାସନ୍ଦ ଯୋଗୁଁ ବଡ଼ପୁଅଙ୍କୁ ମା’ର ଶବ ଛୁଆଁଇ ଦେଲେନି Angul OnlineDecember 30, 2022December 30, 2022 ପାଲଲହଡ଼ା – ୩୦ ବର୍ଷ ପୂର୍ବେ ଗୁଣିଗାରେଡ଼ି ସନ୍ଦେହରେ ଗାଁର ଜଣେ ବ୍ୟକ୍ତିଙ୍କୁ ବାସନ୍ଦ କରାଯାଇଥିବା ବେଳେ ନିକଟରେ ତାଙ୍କୁ ନିଜ ମା’ଙ୍କ ମୃତଦେହ ଛୁଇଁବାକୁ ଦିଆଯାଇ ନାହିଁ । ଏଭଳି ଦୁଃଖଦ ଘଟଣା ପାଲଲହଡ଼ା ବ୍ଲକ୍ ଝାରବେଡ଼ା ପଞ୍ଚାୟତ ବର୍ଣ୍ଣମୁହାଣ ଗାଁରେ ଘଟିଛି । ସୂଚନା ଅନୁଯାୟୀ, ବର୍ଣ୍ଣମୁହାଣ ଗାଁର କେଳା ନାୟକ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ଗ୍ରାମବାସୀ ତାଙ୍କୁ ପ୍ରାୟ ୩୦ ବର୍ଷ ତଳେ ବାସନ୍ଦ କରିଥିଲେ। କେଳା ଗାଁର ପୁରୁଣାସାହିରେ ଥିବା ଭିଟାମାଟି ଛାଡ଼ି ନୂଆସାହିରେ ଘରକରି ପରିବାର ସହିତ ରହୁଛନ୍ତି । ପୁରୁଣାସାହିରେ ସାନଭାଇ କୈଳାସ ଓ ଭରତଙ୍କ ସହ ତାଙ୍କ ମା’ ମୁକ୍ତା ନାୟକ ରହୁଥିଲେ । ମଙ୍ଗଳବାର ଦିନ ମୁକ୍ତାଙ୍କର ପାଖାପାଖି ଶହେ ବର୍ଷ ବୟସରେ ପରଲୋକ ହୋଇଥିଲା । ଖବରପାଇ କେଳା ତାଙ୍କ ପାଖରେ ପହଞ୍ଚିଥିଲେ । କିନ୍ତୁ ଗ୍ରାମବାସୀ ତାଙ୍କ ମୃତଦେହ ଛୁଇଁବା ପାଇଁ ବାରଣ କରିଥିଲେ । କେଳା ଯଦି ମା’ଙ୍କ ଶବ ଛୁଇଁବେ କିମ୍ବା ସଂସ୍କାରରେ ସାମିଲ୍ ହେବେ, ସେମାନେ ଏଥିରେ ସହଯୋଗ କରିବେ ନାହିଁ ବୋଲି କହିଥିଲେ । ଏହାପରେ ଗ୍ରାମବାସୀଙ୍କ କଥା ମାନି କୈଳାସ ଓ ଭରତ ମା’ଙ୍କ ଶବ ସଂସ୍କାର କରିଥିଲେ । କେଳା ନିରାଶ ହୋଇ ମନ ଦୁଃଖରେ ଘରକୁ ଫେରି ଆସିଥିଲେ । Advertisement
କ୍ଷମା ପାଇଁ ଶାନ୍ତିଯଜ୍ଞ ଅନୁଗୁଳ – ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହିବା ପ୍ରସଙ୍ଗକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉଆ ନାହିଁ…
ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ ଅନୁଗୁଳ – ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଉପରେ କଠୋର ହୋଇଛି ଅନୁଗୁଳ ପୁଲିସ । ୧୦୦ ରୁ ଅଧିକ ବ୍ୟକ୍ତିଙ୍କ ଠାରୁ ବିଗତ ଦୁଇ ଦିନ ମଧ୍ୟରେ…
ନଦୀକୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ – ପାଣି ଭିତରୁ ଉଦ୍ଧାର କଲେ ସ୍ଥାନୀୟ ଲୋକ(ଭିଡିଓ) ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ସମଲ ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଆଜି ସକାଳ…