ବସ ପଛରେ ପିଟି ହେଲା ମୋଟରସାଇକେଲ – ଜଣେ ମୃତ

ବସ ପଛରେ ପିଟି ହେଲା ମୋଟରସାଇକେଲ – ଜଣେ ମୃତ

ଅନୁଗୋଳ – ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନା ୪୯ ନମ୍ବର ଜାତୀୟ ରାଜପଥ ସାମିୟାପାଲି ଛକ ନିକଟରେ ସୋମବାର ଦୁର୍ଘଟଣା ଘଟିଛି । ଆଜି ସକାଳୁ ସାଇନାଥ ନାମକ ଏକ ଘରୋଇ ବସ ପାଲଲହଡା ପଟୁ ଦେବଗଡ଼ ଅଭିମୁଖେ ଯାଉଥିବା ବେଳେ ସାମିଆପାଲି ଛକ ନିକଟରେ ଠିଆ କରି ଯାତ୍ରୀଙ୍କୁ ଉଠାଉଥିବା ବେଳେ ପଛପଟୁ ଏକ ମୋଟରସାଇକେଲ ବସକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ମୋଟରସାଇକେଲ ଚାଳକ ପାଲଲହଡା ଥାନା ସିଗଡ଼ ଗ୍ରାମର ଶରତ ପ୍ରଧାନ ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପାଳଲହଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶରତ ପାଲଲହଡା ବ୍ଲକ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ବସ ଓ ମୋଟରସାଇକେଲକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।

What’s your Reaction?
+1
1
+1
0
+1
1
+1
0
+1
7
+1
0
+1
3

Leave a Reply