ମୁଖ୍ୟ ଖବର ମୋଟରସାଇକେଲକୁ ଧକ୍କା ଦେଲା କାର – ଜଣେ ମୃତ Angul OnlineNovember 21, 2022November 21, 2022 ପାଲଲହଡା – ଅନଗୁଳ ଜିଲ୍ଲା ପାଲଲହଡା ଥାନା ୧୪୯ ନମ୍ବର ଜାତୀୟ ରାଜପଥ ଝିମିରିପାଲି ଠାରେ କାର ଓ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସସରେ କାରଟି ପାଳଲହଡା ପଟୁ ଖମାର ଅଭିମୁଖେ ଦୃତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଆଗପଟୁ ଆସୁଥିବା ମୋଟରସାଇକେଲକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଦୁର୍ଘଟଣା ଘଟିଥିବା ଟାଟା ଇଣ୍ଡିଗୋ କାର (OD 15D7897) ର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ମୃତ ମୋଟରସାଇକେଲ ଚାଳକଙ୍କ ପରିଚୟ ମିଳିପାରିନାହିଁ । ପାଲଲହଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖଛି । Advertisement
ବିବାହ ପରେ ପରେ କନ୍ୟା ଫେରାର କଣିହାଁ – ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ବିବାହ ପରେ ବରକୁ ଛାଡି କନ୍ୟା ଅନ୍ୟ ଜଣଙ୍କ ସହିତ ଛୁ ମାରିଥିବା ଚର୍ଚ୍ଚା ବିଷୟ ପାଲଟିଛି…
ସରକାରଙ୍କ କୋଭିଡ ନିୟମ ଆଗରେ ମୁଣ୍ଡ ନୁଆଁଇଲେ ବେସରକରୀ ସ୍କୁଲ୍ – ଛାଡ ହେଵ ଫିସ ତାଳଚେର – ମହାମାରୀ କରୋନାରେ ଅଭିଭାବକଙ୍କୁ ମାତ୍ରାଧିକ ଫି ନେଇ ଜୁଲମ କରୁଥିବା ଘରୋଇ ସ୍କୁଲ ଗୁଡ଼ିକୁ ପ୍ରଶାସନର ଛାଟ ପଡିଛି । ଆଜି ଏ ସଂକ୍ରାନ୍ତରେ…
ରାଜପଥ ନା ମୃତ୍ୟୁ ପଥ ? ଗୋଟିଏ ଦିନରେ ନେଲା ୨ ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ଏବେ ମୃତ୍ୟୁର ପଥ ପାଲଟିଛି । ପ୍ରତ୍ୟେକ ଦିନ ଏହି ରାଜପଥର କେଉଁଠି ନା…