ଅପରାଧ ମୋଟରସାଇକେଲ ଚୋରୀ ଗ୍ୟାଙ୍ଗ ଗିରଫ – ୧୧ ମୋଟରସାଇକେଲ ଜବତ Angul OnlineJuly 31, 2022July 31, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଆଦର୍ଶ ଥାନା ପୁଲିସ ତାଳଚେର ଏବଂ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୧ ଟି ଚୋରା ମୋଟରସାଇକେଲ ଉଦ୍ଧାର କରିଥିବା ବେଳେ ୪ ମୋଟରସାଇକେଲ ଲୁଟେରାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ , ଅନେକ ଦିନ ହେଲା ତାଳଚେର ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ରିପୋର୍ଟ ହେଉଥିଲା । ଏଥିପାଇଁ ତାଳଚେର ପୁଲିସ ଘଟଣାର ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ତେବେ ଗତକାଲି ତାଳଚେର ଆଦର୍ଶ ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଏବଂ କର୍ମଚାରୀଙ୍କ ମିଳିତ ଚଢାଉ କରି ମୋଟରସାଇକେଲ ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ । ସେମାନଙ୍କୁ ପଚରାଉଚୁରା ପରେ ପୁଲିସ ବିଭିନ୍ନ ସ୍ଥାନରୁ ୧୧ ଟି ମୋଟରସାଇକେଲ ଉଦ୍ଧାର ମଧ୍ୟ କରିଥିଲା । ଗିରଫ ହୋଇଥିବା ମୁଖ୍ୟ ମୋଟରସାଇକେଲ ଲୁଟେରା ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ, ଦୋମୁହାଣି ଗ୍ରାମର ବିଜୟ ପରିଡ଼ା ଓରଫ ହଟିଆ ଓ ତ୍ରୀନାଥ ରଣା , ଏବଂ କେନ୍ଦୁଝର ଜିଲ୍ଲା ଟେଳକୋଇ ଥାନା ଅନ୍ତର୍ଗତ ଦେବାଶିଷ ରଣା ଓ ଦୀପକ କୁମାର ରଣା । ଏମାନେ ତାଳଚେର ଓ ଏହାର ଆଖପାଖ ଅଞ୍ଚଳ ଏବଂ କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି କରୁଥିଲେ । Advertisement
ନାବାଳିକା ଦୁଷ୍କର୍ମକାରୀ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୋଳ – ସୋମବାର ଦିନ ମାନ୍ୟବର ଆଡହକ ଆଡିସନାଲ ଜିଲ୍ଲା ଓ ସେସନ୍ ଜଜ୍ ଫାଷ୍ଟଟ୍ରାକ ସ୍ପେସାଲ୍ କୋର୍ଟ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରୀକୁ ୨୦ବର୍ଷ…
ପିସ୍ତଲ ଓ ଗୁଳି ସହ ଦୁର୍ଦାନ୍ତ ଅପରାଧି ତୁଫାନ ଗିରଫ ଅନୁଗୁଳ – ପିସ୍ତଲ ଓ ଗୁଳି ସହ ଜଣେ ଯୁବକକୁ ଗିରଫ କଲା ଅନୁଗୁଳ ପୁଲିସ । ଗିରଫ ଯୁବକ ଜଣଙ୍କ ହେଲେ ଅନୁଗୁଳ ସହର ରାଧାରମଣପଡାର…
ପ୍ରେମ ପାଇଁ ଅପହରଣ ପରେ ହତ୍ଯା – ଜଣେ ଗିରଫ , ତିନି ଫେରାର ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ଅପହରଣ ପରେ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ପରଦାଫାସ କରିଛି…