ରାଜନୀତି ସାଂସଦ ମହେଶ ସାହୁଙ୍କ ଜନ ସମ୍ପର୍କ ବୈଠକ Angul OnlineJune 27, 2022June 27, 2022 ଅନୁଗୁଳ – ଅନୁଗୁଳ ନିର୍ବାଚନମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ସ୍ଥିତ ଶିଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏକ ଜନସମ୍ପର୍କ ଓ ସାଙ୍ଗଠନିକ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥୀ ଭାବେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଯୋଗ ଦେଇ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ , ଓଡିଶା ସରକାରଙ୍କର ଓ ସାଂସଦଙ୍କ ପାଣ୍ଠିରୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ବିଶେଷ କରି ନାଲକୋ , ଟାଟା ଓ ପାଓ୍ବାର ଗ୍ରୀଡ ରାଷ୍ଟ୍ରାୟତ ଉଦ୍ୟୌଗ ଗୁଡିକର ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ସ୍ଥାନୀୟ ଯୁବକ ମାନଙ୍କୁ ନିଯୁକ୍ତି ଓ CSR ପାଣ୍ଠିରୁ ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ଶିକ୍ଷା , ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଦରକାର ପଡିଲେ ଜନସାଧାରଣ ମାନଙ୍କର ସ୍ବାର୍ଥ ଓ ହକ୍ ପାଇଁ ଆଗାମୀ ସମୟରେ ଜନ ଆନ୍ଦୋଳନ ପାଇଁ ମଧ୍ୟ ଆହ୍ବାନ କରିଥିଲେ । ସାଂସଦଙ୍କ ଜନ ସମ୍ପର୍କ ପ୍ରତିନିଧୀ ନରେଶ ବେହେରାଙ୍କ ଅଧକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ମାନିତ ଅତିଥୀ ଭାବେ ସାଂସଦଙ୍କ ପ୍ରତିନିଧୀ ଶ୍ରୀଯୁକ୍ତ ଭକ୍ତି ପ୍ରଶାଦ ଦାସ , ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଓ ସାଂସଦ ଙ୍କ ମୁନିସିପାଲିଟି ପ୍ରତିନିଧୀ ପୂର୍ଣଚନ୍ଦ୍ର ରାଉତ ସାମିଲ ହୋଇ ଓଡିଶା ସରକାର ଓ ସାଂସଦ ଙ୍କ ଜନସମ୍ପର୍କ ଅଭିଜାନ ବିଷୟରେ ଉଦଭୋଦନ ଦେଇଥିଲେ । Advertisement
ବିଜେଡ଼ି ଆଭ୍ୟନ୍ତରୀଣ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି ଅନୁଗୁଳ – ସାଧାରଣ ନିର୍ବାଚନ ପାଖେଇ ଆସୁଥିଉବା ବେଳ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କିନ୍ତୁ ଏହି ସମୟରେ ଜିଲ୍ଲାରେ ବାହାରିଛି…
ଭାଗିରଥି ଛାଡିଲେ ରମେଶ ସାଏ ଧରିଲେ ପଦ୍ମ ଅନୁଗୁଳ ଜିଲ୍ଲା ବିଜେପିର ଗୋଟିଏ ପଟେ ଦୁଇ ଦୁଇ ଜଣ ବରିଷ୍ଠ ନେତା ଦଳ ଛାଡିଥିବା ବେଳେ ଅନ୍ୟପଟେ ଆଠମଲ୍ଲିକ ବିଧାୟକ ବିଜେଡି ଛାଡି ବିଜେପିରେ ଯୋଗ…
ତାଳଚେରରେ ବାପୁ , ଅନୁଗୁଳରେ କିଏ ? ଅନୁଗୁଳ – ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡ଼ିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ତାଳଚେର ବିଧାୟକ…