ମୁଖ୍ୟ ଖବର ମଲ୍ଟି ଡିସିପ୍ଲିନ୍ ସ୍କ୍ବାର୍ଡର ଚଢାଉ – ସୁନା ଦୋକାନୀ ଓ ମଦ ଦୋକାନୀଙ୍କୁ ଜରିମାନା Angul OnlineJune 17, 2022June 17, 2022 ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ଦୋକାନରେ ମଲ୍ଟି ଡିସିପ୍ଲିନ୍ ସ୍କ୍ବାର୍ଡ ଚଢାଉ କରିଥିଲା । ଅନୁଗୁଳ ତହସିଲଦାର ବିମଳ କୁମାର ଲେଙ୍କାଙ୍କ ନେତୃତ୍ବରେ ଏହି ଚଢାଉ ସମୟରେ ରାମଚଣ୍ଡି ଜୁଏଲରୀ ଓ କଳିଙ୍ଗ ମାର୍କୈଟରେ ଥିବା ମଦ ଦୋକାନର ଅବ୍ୟବସ୍ଥାକୁ ନେଇ ଜରିମାନା ଆଦାୟ କରାଯାଇଛି । ସୂଚନା ଅନୁସାରେ , ସୁନା ଓ ଚାନ୍ଦି ଅଳଙ୍କାର ବିକ୍ରୀ କରୁଥିବା ରାମଚଣ୍ଡି ଜୁଏଲରୀ ତାର ସୁନା ଓଜନ କରୁଥିବା ବଟକରାର ବର୍ଷେ ପୂର୍ବରୁ ରେନୁଆଲ ହୋଇନଥିବା ଦେଖିବାକୁ ମିଳିଥିଲା । ତେବେ ଏନେଇ ଓଜନ ଓ ମାପଦଣ୍ଡର ଇନ୍ସପେକ୍ଟର ତାଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା କରିବା ସହ ତୁରନ୍ତ ରେନୁଆଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି କଳିଙ୍ଗ ମାର୍କେଟରେ ଥିବା ମଦ ଦୋକାନରେ ପୁଳା ପୁଳା ଅବ୍ୟବସ୍ଥା ଦେଖି ମଲ୍ଟି ଡିସିପ୍ଲିନ ସ୍କ୍ବାର୍ଡ , ମଦ ଦୋକାନୀ କର୍ମଚାରୀମାନେ ଡ୍ରେସ କୋର୍ଡ ପରିଧାନ କରିନଥିବା ବେଳେ କମ୍ପ୍ୟୁଟର ବିଲ ମଧ୍ୟ ଗ୍ରାହକଙ୍କୁ ପ୍ରଦାନ କରୁନଥିବା ଦେଖିବାକୁ ପାଇଥିଲେ । ଏଥିସହ ମଦ ଦୋକାନରେ ରେଜିଷ୍ଟାର ମଧ୍ୟ ସଠିକ ଭାବେ ପରିଚାଳନା କରାଯାଉନଥିବା ଦେଖିବାକୁ ମିଳିଥିଲା । ମଦ ବିକ୍ରୀ ଓ ରେଜିଷ୍ଟାର ମଧ୍ୟରେ ତାଳମେଳ ରହୁନଥିବା ଟିମ୍ ଦେଖିବାକୁ ପାଇଥିଲେ । ଏଥିପାଇଁ କେତେ ଜରିମାନା କି କେଉଁ ଦଣ୍ଡ ପ୍ରଦାନ କରାଯିବ ତାହା ଅବକାରୀ ନିଷ୍ପତ୍ତି ନେବାକୁ କୁହାଯାଇଛି । Advertisement
ଅନୁଗୁଳରୁ ଅମ୍ଳଜାନ ପରିବହନ କରିବ ଅକ୍ସିଜେନ୍ ଏକ୍ସପ୍ରେସ୍ ଅନୁଗୁଳ – ଭାରତୀୟ ରେଳ ଅକ୍ସିଜେନ୍ ଏକ୍ସପ୍ରେସକୁ ଗୁରୁତ୍ବ ଦେବା ସହ ଜୀବନ ରକ୍ଷାକାରୀ ଅମ୍ଳଜାନ ପରିବହନ ଜାରି ରଖିଛି । ଭାରତୀୟ ରେଳବାଇର ଅକ୍ସିଜେନ୍ ଏକ୍ସପ୍ରେସ…
ବିବାହ ପରେ ପରେ କନ୍ୟା ଫେରାର କଣିହାଁ – ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ବିବାହ ପରେ ବରକୁ ଛାଡି କନ୍ୟା ଅନ୍ୟ ଜଣଙ୍କ ସହିତ ଛୁ ମାରିଥିବା ଚର୍ଚ୍ଚା ବିଷୟ ପାଲଟିଛି…
ବିଜେପି ନେତା ଗିରଫ – ଗିରଫଦାରୀକୁ ବିଜେପିର ନିନ୍ଦା ଅନୁଗୋଳ – ଅନୁଗୋଳ ଜିଲ୍ଲା ଏସ ଟି ମୋର୍ଚ୍ଚା ଜିଲ୍ଲା ସଭାପତି ଅର୍ଜୁନ କିସ୍କୁଙ୍କୁ ବିକ୍ରମପୁର ଥାନା ପୋଲିସ ଗିରଫ କରିଛି । ସରକାରୀ ସମ୍ପତ୍ତି ନଷ୍ଟ…