ଅନୁଗୁଳ – ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ର ଦ୍ୱିତୀୟ ଦିନରେ ତିନୋଟି ସେମିଫାଇନାଲ ମ୍ୟାଚ୍ ଅନୁଗୁଳର କଦମ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି ।
ସଂଘର୍ଷପୂର୍ଣ୍ଣ ଓ ଉତ୍ସାହଜନକ କ୍ୱାଟର ଫାଇନାଲ ମ୍ୟାଚରେ ଗୋଆ, ତେଲେଙ୍ଗାନା ଓ ରାଜସ୍ଥାନର ଫୁଟବଲ ଟିମ୍ ସେମିଫାଇନାଲକୁ ପ୍ରବେଶ କରିଥିବା ବେଳେ ଗତକାଲି ପୂର୍ବରୁ ମୁମ୍ବାଇର ଫୁଟବଲ ଟିମ୍ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିସାରିଛି । ଗତକାଲି ଉଦଘାଟନୀ କ୍ୱାଟର ଫାଇନାଲ ମ୍ୟାଚ୍ ପରେ ଶୁକ୍ରବାର ଦ୍ଵିତୀୟ କ୍ଵାର୍ଟର ଫାଇନାଲ ମ୍ୟାଚ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏଫସି ଏବଂ କେରଳର ଗୋକୁଲମ କେରଳ ଏଫସି ମଧ୍ୟରେ ଖେଳାଯାଇଥିଲା । ମ୍ୟାଚଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ସଂପୂର୍ଣ୍ଣ ୯୦ ମିନିଟରେ ସ୍କୋର ୧-୧ ହେବା ଫଳରେ ପେନାଲ୍ଟି ସୁଟଆଉଟ (୫-୪) ମାଧ୍ୟମରେ ଚର୍ଚ୍ଚିଲ ବ୍ରଦର୍ସ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ଚର୍ଚ୍ଚିଲ ବ୍ରଦର୍ସର ଗୋଲକିପର ନୋରା ଫର୍ନାଡେଜଙ୍କୁ ତାଙ୍କର ସୁନ୍ଦର ଗୋଲକିପିଙ୍ଗ ପାଇଁ ହିରୋ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା ।
ସେହିପରି ତୃତୀୟ ସେମିଫାଇନାଲ ମ୍ୟାଚଟି ତେଲେଙ୍ଗାନାର ଶ୍ରୀନିଧି ଡେକାନ ଏଫସି, ଦିଲ୍ଲୀର ଦିଲ୍ଲୀ ଏଫସି ମଧ୍ୟରେ ଖେଲାଯାଇଥିବା ବେଳେ ଶ୍ରୀନିଧି ଡେକାନ ଦିଲ୍ଲୀ ଟିମକୁ ୨-୧ରେ ପରାସ୍ତ କରିଥିଲା । ଏହି ମ୍ୟାଚରେ ମହମ୍ମଦ ଆୱାଲଙ୍କୁ ହିରୋ ଅଫ୍ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଚତୁର୍ଥ ସେମିଫାଇନାଲ ମ୍ୟାଚରେ ରାଜସ୍ଥାନ ୟୁନାଇଟେଡ ଏଫସି କୋଲକାତାର ମୋହମଡ୍ଡାନ ସ୍ପୋର୍ଟିଂ କ୍ଳବକୁ ୨-୦ ଗୋଲରେ ପରାସ୍ତ କରିଥିଲା । ମ୍ୟାଚରେ ଏକ ଚମତ୍କାର ଗୋଲ୍ ପାଇଁ ବିଜୟୀ ଟିମର ମାର୍ଟିନ ଚାବେଶଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା । ଆଜିର ମ୍ୟାଚ୍ ଗୁଡିକରେ ଅନୁଗୁଳ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ , ଓସିଏରର ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଏବଂ ସ୍ଥାନୀୟ ଥାନା ଅଧିକାରୀ ପ୍ରଭାତ କୁମାର ତ୍ରିପାଠୀ ସମେତ ଅନେକ ଗଣମାନ୍ୟ ବ୍ୟକ୍ତି ଅତିଥି ଭାବେ ଅଂଶଗ୍ରହଣ କରିଥିଲେ ।
What’s your Reaction?
+1
1
+1
+1
+1
+1
1
+1
+1