ଅପରାଧ ମହିଳାଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ Angul OnlineJuly 28, 2021July 28, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ହେମସୁରପଡା ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଠାକୁର ଘରେ ପୂଜା କରୁଥିବା ବେଳେ ଜଣେ ମହିଳାଙ୍କ ଉପରେ କିରୋସିନ ଢାଳି ତାଙ୍କ ଶଶୁର ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଦେହରେ ନିଆଁ ଲଗାଇ ଦେବା ଫଳରେ ମହିଳା ଜଣଙ୍କ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ହେମସୁରପଡାର ଶିବ ନାୟକଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ନାୟକ (୩୪) ଆଜି ସକାଳ ୭ ଟା ବେଳେ ଗାଧେଇ ପାଧେଇ ଠାକୁର ଘରେ ପୂଜା କରୁଥିଲେ । ହଠାତ ତାଙ୍କ ଶଶୁର ଶଙ୍କର୍ଷଣ ନାୟକ ଆସି ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗିବା ପରେ ଲକ୍ଷ୍ମୀପ୍ରିୟା ଚିତ୍କାର କରି ଘରୁ ରାସ୍ତାକୁ ଦୌଡି ଆସିଥିଲେ । ପରିବାର ଲୋକ ଓ ସାହି ପଡିଶା ନିଆଁ ଲାଗୁଥିବା ଦେଖି ନିଆଁଙ୍କୁ ଆୟତ୍ତ କରି ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରା ଯାଇଛି । ଶିବ ନାୟକଙ୍କ ଓ ଲକ୍ଷ୍ମୀପ୍ରିୟାଙ୍କ ବିବାହ ପ୍ରାୟ ୧୨ ବର୍ଷ ତଳୁ ହୋଇଥିବା ବେଳେ ଶିବ ନୟାଗଡରେ ରହି କାମ କରନ୍ତି । ଲକ୍ଷ୍ମୀପ୍ରିୟା ଏହିଠାରେ ପରିବାରର ଅନ୍ୟ ମାନଙ୍କ ସହ ରହୁଥିବା ବେଳେ ଆଜି ଶଶୁର ଶଙ୍କର୍ଷଣ ତାଙ୍କୁ କାହିଁକି ନିଆଁ ଲଗାଇ ମାରିଦେବା ପାଇଁ ଉଦ୍ୟମ କରୁଥିଲେ ତାହା ଜଣା ପଡି ନାହିଁ । ସେପଟେ ଏ ନେଇ ପୁଲିସରେ ମଧ୍ୟ କୌଣସି ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି । Advertisement
ମୋଟସାଇକେଲ ଚୋରୀ ଗ୍ଯାଙ୍ଗ ଗିରଫ – ଦୁଇ ନାବାଳକ ଥିଲେ ମାଷ୍ଟର ମାଇଣ୍ଡ ଅନୁଗୁଳ -(ଅନୁଗୁଳ ଅନଲାଇନ୍)- ୨୧/୦- ଅନୁଗୁଳ ଜିଲ୍ଲା ପୁଲିସକୁ ପୁଣି ଏକ ବଡ଼ ସଫଳତା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରୀ କରୁଥିବା ଏକ ମୋଟରସାଇକେଲ…
କାନ ଫୁଲ ଆଉ ଚେନ ପାଇଁ ବୃଦ୍ଧାଙ୍କୁ ମାରିଦେଲେ !!!! ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କାନ ଫୁଲ ଓ ସୁନା ଚେନ ଲୁଟ ପରେ ଜଣେ ବୃଦ୍ଧାଙ୍କୁ…
ବାପା-ମା ଓ ସ୍ତ୍ରୀ ସମେତ ଜେଲ ଗଲେ ନକଲି ମଦ ମାଫିଆ ଅନୁଗୁଳ – ଅନୁଗୁଳ ରାଣିଗୁଡା ଠାରେ ଘରଭଡା ନେଇ ନକଲି ମଦ ରାକେଟ ଚଳାଇଥିବା ମାଫିଆ ଜୟପ୍ରକାଶ ଗୁପ୍ତାକୁ ଗତକାଲି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ…