ଅପରାଧ ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ Angul OnlineJune 13, 2021June 13, 2021 କଣିହାଁ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ସଂସାମରା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ବେଳେ ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ସେହି ଗାଁର ଶ୍ରୀନିବାସ ସାହୁ ବୋଲି ଜଣା ପଡିଛି । ଗୁରୁତର ୨ ଜଣ ହେମନ୍ତ ସାହୁ ଓ ବିପ୍ରବର ସାହୁ । ୪ ରୁ ୫ ବର୍ଷ ହେବ ପଡ଼ୋଶୀ ପ୍ରଶାନ୍ତ ସାହୁଙ୍କ ପରିବାର ସହ ଶ୍ରୀନିବାସଙ୍କ ପରିବାରର ଜମିବାଡ଼ି ବିବାଦ ଲାଗିରହିଥିଲା । ଗତକାଲି ସନ୍ଧ୍ୟାରେ ଏହା ଉଗ୍ର ରୂପ ନେଇଥିଲା । ପ୍ରଶାନ୍ତଙ୍କ ପରିବାର ସଦସ୍ୟଙ୍କ ଆକ୍ରମଣରେ ଶ୍ରୀନିବାସଙ୍କ ପରିବାରର ୩ ଜଣ ଗୁରୁତର ହୋଇଥିଲେ । ସେଥିମଧ୍ୟରୁ ଶ୍ରୀନିବାସଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । Advertisement
ଲୁହାରଡରେ ପିଟି ପିଟି ଯୁବକଙ୍କୁ ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ କରମଙ୍ଗାସାହିରେ ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ସାମାନ୍ୟ ବଚସାରୁ ଲୁହାରଡରେ ପିଟି ପିଟି…
ଦୁଇ ମୋବାଇଲ ଫୋନ ଚୋର ଗିରଫ ଅନୁଗୋଳ – ଅନୁଗୋଳ ଥାନା ଅନ୍ତର୍ଗତ ହୁଲୁରିସିଂହା ଅଞ୍ଚଳରେ ମୋବାଇଲ ଚୋରୀ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ…
ପାରିବାରିକ କଳହରୁ ଯୁବକଙ୍କୁ ପିଟିପିଟି ହତ୍ଯା ! ଅନୁଗୁଳ – ପାରିବାରିକ କଲହରୁ ଯୁବକଙ୍କୁ ପିଟିପିଟି ହତ୍ୟା । ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କୋଠଭୁଇଁ ଗାଁରେ ଏଭଳି ଘଟିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡର…