ହଣ୍ଡପା – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବିଲେଇନାଳି ଗ୍ରାମରେ ଜମି ବାଡି ବିବାଦକୁ ନେଇ ବଡ଼ବାପାଙ୍କ ଜୀବନ ନେଲା ପୁତୁରା । ମୃତକ ଜଣଙ୍କ ହେଲେ ହଣ୍ଡପା ଥାନା ଅନ୍ତର୍ଗତ ବିଲେଇନାଳି ଗ୍ରାମର ବିଦ୍ୟାଧର ସାହୁ (୫୫) । ସୂଚନା ଅନୁସାରେ , ଗତ କାଲି ବିଲମ୍ବିତ ରାତିରେ ଜମିବାଡିକୁ ନେଇ ବିଦ୍ୟାଧର ସାହୁ ଏବଂ ସାନ ଭାଇ ସ୍ବପ୍ନେଶ୍ବର ସାହୁଙ୍କ ପରିବାର ସହ ଝଗଡା ହୋଇଥିଲା । ଏହି ଝଗଡାକୁ ନେଇ ବିଦ୍ୟାଧର ଶୋଇଥିବା ବେଳେ ସ୍ବପ୍ନେଶ୍ବର ସାହୁ ପୁଅ ଶ୍ରଦ୍ଧାକାନ୍ତ ସାହୁ ଏକ କାଙ୍କରେ ବିଦ୍ୟାଧରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଆକ୍ରମଣରେ ବିଦ୍ୟାଧର ଗୁରୁତର ହୋଇ ଯିବାରୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରା ଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ବିଦ୍ୟାଧରଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇଁ ହଣ୍ଡପା ପୁଲିସ ପହଁଚି ଶବ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଏ ଘଟଣା ବିଷୟରେ ହଣ୍ଡପା ଥାନା ଅଧିକାରୀ ନମିତା ନାୟକଙ୍କୁ ପଚାରିବାରୁ ଜମି ବାଡି ବାବଦରେ ଝଗଡ଼ା ଲାଗୁଥିଲା । ଝଗଡ଼ାରେ ଉତକ୍ଷୀପ୍ତ ହୋଇ ଶ୍ରଦ୍ଧାକାନ୍ତ ଏକ କାଙ୍କରେ ଆକ୍ରମଣ କରିଥିଲା । ଚିକିତ୍ସାଧିନ ଅବସ୍ଥାରେ ବିଦ୍ୟାଧରଙ୍କର ମୃତ୍ୟୁ ଘଟିଥିଲା । ଅଭିଯୋଗ ପାଇବା ପରେ ତଦନ୍ତ ଚଳାଇବା ସହ ସ୍ବପ୍ନେଶ୍ବର ସାହୁ ଏବଂ ପୁଅ ଶ୍ରଦ୍ଧା କାନ୍ତ ସାହୁକୁ ଥାନାରେ ଅଟକ ରଖା ଯାଇଛି ବୋଲି କହିଛନ୍ତି ।
ବଡବାପାଙ୍କୁ ହତ୍ୟା କଲା ପୁତୁରା-ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ
