ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ନବକୃଷ୍ଣଙ୍କୁ ଅସମ୍ମାନ – ଦୋଷ ମୁଣ୍ଡାଇଲେ ପୌରାଧକ୍ଷ Angul OnlineApril 3, 2023April 3, 2023 ଅନୁଗୋଳ – ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣଙ୍କୁ ଅସମ୍ମାନ କରିଛି ଅନୁଗୋଳ ପୌରପାଳିକା । ସେହି ଗାନ୍ଧିବାଦୀ ନେତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଗୋପବନ୍ଧୁ ପାର୍କରେ ଲଗାଇଥିବା ବେଳେ ତାଙ୍କୁ ପିନ୍ଧାଯାଇଛି ପ୍ୟାଣ୍ଟ ଆଉ ସାର୍ଟ । କେବେଳ ନବକୃଷ୍ଣଙ୍କ ପ୍ରତିମୂର୍ତ୍ତି ନୁହେଁ , ଅନୁଗୋଳର ଅନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କର ଯାଇଥିବା ବେଳେ ସେଥିରେ ମଧ୍ୟ ତ୍ରୁଟି ଥିବା ଦେଖା ଯାଇଛି । ସ୍ଵାଧୀନତା ସଂଗ୍ରାମରେ ନବକୃଷ୍ଣ ଚୌଧୁରୀଙ୍କ ଭୂମିକା ଅବର୍ଣ୍ଣନୀୟ । ନୂତନ ଓଡ଼ିଶା ଗଠନରେ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ । କିନ୍ତୁ ଜିଲ୍ଲା ପ୍ରଶାସନ ବାରମ୍ବାର ଏହି ମହାନ୍ ବ୍ୟକ୍ତିତ୍ୱଙ୍କୁ ଅସମ୍ମାନ କରି ଆସୁଛି । ଜନମାନସରେ ନବବାବୁ ଭାବେ ପରିଚିତ ନବକୃଷ୍ଣ ଚୌଧୁରୀ ସାଧାରଣ ଜୀବନ ଯାପନ କରୁଥିବା ବ୍ୟକ୍ତି । ଖାଲି ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇନଥିଲେ, ସାରା ଜୀବନ ତାଙ୍କ ପଦାଙ୍କ ଅନୁସରଣ କରିଥିଲେ । ଖଦିକୁ ସେ କରିଥିଲେ ଆପଣାର । ମୃତ୍ୟୁ ପର୍ଯ୍ୟନ୍ତ ସେ ଖଦିକୁ ଛାଡିପାରିନଥିଲେ । ଖଦିବସ୍ତ୍ର ଯଦି ଚିରି ଯାଉଥିଲା ତାଳି ପକେଇ ପରିଧାନ କରୁଥିଲେ । ଏଭଳି ଜଣେ ଯୋଗଜନ୍ମା, ଗାନ୍ଧିବାଦୀ, ସତ୍ୟନିଷ୍ଠ ବ୍ୟକ୍ତିତ୍ୱଙ୍କୁ ତାଙ୍କ ଆବର୍ତ୍ତମାନରେ ଅସମ୍ମାନ କରିବା ଠିକ୍ ହୋଇନାହିଁ ବୋଲି ଚର୍ଚ୍ଚା ହେଉଛି । ଅନୁଗୋଳ ଗୋପବନ୍ଧୁ ପାର୍କରେ ଥିବା ତାଙ୍କ ପ୍ରତିମୂର୍ତ୍ତିକୁ ପିନ୍ଧା ଯାଇଛି ପ୍ୟାଣ୍ଟ ଆଉ ସାର୍ଟ । ଜୀବନବ୍ୟାପୀ ଖଦଡ ଧୋତି ଓ ପଞ୍ଜାବୀ ପିନ୍ଧୁଥିବା ନବବାବୁଙ୍କ ସଂଗ୍ରାମୀ ଜୀବନ ପ୍ରତି କ୍ରୁର ପରିହାସ ଛଡା ଆଉ କିଛି ନୁହେଁ । ବିଗତ ଦିନରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ତାଙ୍କ ଫୋଟୋଚିତ୍ର କାଢ଼ିବା, ପୁଣି ଲଗେଇବା ଭଳି କାର୍ଯ୍ୟ ମଧ୍ୟ ହୋଇଛି। ଯାହାକୁ ନେଇ ନବ-ମାଳତୀ ସ୍ମୃତି କମିଟି ଏଭଳି କାର୍ଯ୍ୟକୁ ନିନ୍ଦା କରିଛି । ଅନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ମଧ୍ୟ ସମାନତା ନଥିବା ଅଭିଯୋଗ ହୋଇଛି । ତେବେ ଗଣ ମାଧ୍ୟମରେ ଏଭଳି ଘଟଣାକୁ ନିନ୍ଦା କରିବା ପରେ ଆଜି ଅନୁଗୋଳ ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତ ଏକ ସ୍ପଷ୍ଟୀକରଣ ଦେଇଛନ୍ତି । ଯେଉଁଥିରେ ସେ ଦୋଷ ନିଜ ମୁଣ୍ଡକୁ ନେବା ସହ ଯେଉଁ ତ୍ରୁଟି କରା ଯାଇଛି ତାହାକୁ ଖୁବ ଶୀଘ୍ର ସଂଶୋଧନ କରାଯିବ ବୋଲି କହିଛନ୍ତି । Advertisement
ଗାଁରେ ସର୍ଭେ ବେଳେ କମ୍ପାନୀ ଲୋକଙ୍କୁ ଅଟକ ରଖିଲେ ଗ୍ରାମବାସୀ ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହାଣ୍ଡିଗୋଡା ଗାଁ ନିକଟରେ ଜିଏମଡିସି କମ୍ପାନୀର ସର୍ଭେ ଚାଲିଥିବା ବେଳେ କ୍ଷତିଗ୍ରସ୍ତ ଗ୍ରାମବାସୀ ବିରୋଧ କରିବା ସହିତ ସର୍ଭେ କରୁଥିବା କମ୍ପାନୀ…
ଗ୍ୟାସ ଷ୍ଟୋଭ ମରାମତି ଦୋକାନରେ ଅଗ୍ନିକାଣ୍ଡ – ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ଅନୁଗୁଳ – ଅନୁଗୁଳ ସହର ଶିକ୍ଷକପଡ଼ା ଇକୋ ପାର୍କ ସମ୍ମୁଖରେ ଥିବା ଏକ ଗ୍ୟାସ ଷ୍ଟୋଭ ମରାମତି ଦୋକାନରେ ଆଜି (ବୁଧବାର) ସନ୍ଧ୍ୟା ବେଳେ ଅଗ୍ନିକାଣ୍ଡ ଘଟି …
ଟିଉଟୋରିଆଲରେ ଚଢାଉ – ବନ୍ଧକ ଥିବା ୬୨ ଛାତ୍ରଛାତ୍ରୀ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ଏକ ଟିଉଟୋରିଆଲରେ ବନ୍ଧକ ଥିବା ୬୨ ଜଣ ଛାତ୍ରଛାତ୍ରୀଙ୍କୁ ପୁଲିସ , ପ୍ରଶାସନ ସହାୟତାରେ ଉଦ୍ଧାର କରିଛି । ପୂର୍ବର…