ରାଜନୀତି ପୌର ନିର୍ବାଚନ ଠିକ ପୂର୍ବରୁ ବିଜେଡ଼ିକୁ ଝଟକା – ନଗର ବିଜେଡି ଉପସଭାପତିଙ୍କ ଇସ୍ତଫା Angul OnlineMarch 22, 2022March 22, 2022 adv- ଅନୁଗୁଳ – ପୌର ନିର୍ବାଚନ ପାଇଁ ହାତରେ ମାତ୍ର ଆଉ ଦୁଇଦିନ ଥିବା ବେଳେ ବିଜେଡ଼ିକୁ ଏକ ଝଟକା ଲାଗିଛି । ସବୁ ପ୍ରମୁଖ ଦଳ ଓ ସ୍ଵାଧୀନ ପ୍ରାର୍ଥୀମାନେ ଘମଘୋଟ ପ୍ରଚାର ଚଳାଇ ଥିବାବେଳେ ଆଜି(ମଙ୍ଗଳବାର) ନଗର ବିଜେଡି ଉପସଭାପତି ସତ୍ୟାନନ୍ଦ ଦଳବେହେରା ନିଜ ପଦବୀ ତଥା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଚଳିତ ପୌର ନିର୍ବାଚନରେ ବିଜେଡି ପକ୍ଷରୁ ନଗରପାଳ ପଦ ପାଇଁ ଆଶାୟୀ ପ୍ରାର୍ଥୀ ଥିଲେ । ତେବେ ସମସ୍ତ ଆକଳନକୁ ଓଲଟ ପାଲଟ କରି ଅକ୍ଷୟ ସାମନ୍ତ କଂଗ୍ରେସରୁ ଆସି ବିଜେଡି ଟିକଟ ପାଇବା ପରେ ସେ ନିରାଶ ହୋଇଥିଲେ । ତେବେ ସେ ନିଜ ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ଲେଖିଥିବା ବେଳେ ଅନ୍ୟ କୌଣସି ଦଳରେ ଏବେ ଯୋଗ ଦେବେ ନାହିଁ ବୋଲି ସତ୍ୟାନନ୍ଦ ପ୍ରକାଶ କରିଛନ୍ତି । Advertisement
ବ୍ରଜ ଓ ନଲିନୀଙ୍କୁ ନବୀନ ଦେଲେ ଗୁରୁଦାୟିତ୍ଵ ଭୁବନେଶ୍ୱର – ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଦଳର ବିଧାୟକ ମାନଙ୍କୁ ବିଭାଗ ଆବଣ୍ଟନ କରିଛନ୍ତି । ଯେଉଁସବୁ ବିଧାୟକମାନଙ୍କୁ ଯେଉଁ ବିଭାଗ ଦିଆଯାଇଛି…
ଦିନେଶ ପୁଣି ଥରେ ନେଲେ ବିଜୁ ଯୁବ ଜନତା ଦଳ ଦାୟୀତ୍ଵ ଅନୁଗୁଳ – ବିଜୁ ଜନତା ଦଳର ନୂତନ ରାଜ୍ୟ କମିଟି ସହ ସମସ୍ତ ଜିଲ୍ଲା ଏବଂ ଜୋନ ସଭାପତିଙ୍କ ନାମ ଆଜି ଘୋଷଣା କରା ଯାଇଛି ।…
ସରପଞ୍ଚ ଉପ ନିର୍ବାଚନରେ ଜ୍ୟୋତିରଞ୍ଜନ ଓ ଝରଣା ବିଜୟୀ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି (ଶୁକ୍ରବାର ) ଦୁଇଟି ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଉପ ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନରେ ଗୋଟିଏରେ…