ଅପରାଧ ସାମାଜିକ ଗଣମାଧ୍ୟମରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ – ଥାନାରେ ମାମଲା Angul OnlineNovember 15, 2021November 15, 2021 ଅନୁଗୁଳ – ଅନୁଗୁଳ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ଫଟୋରେ ଅଶ୍ଳୀଳ ଫଟୋ ଯୋଡି ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରା ଯାଇଥିବା ନେଇ ଅଭିଯୋଗ ହୋଇଛି । ଅନୁଗୁଳ ଟାଉନ ଥାନାରେ ହୋଇଥିବା ଏହି ଅଭିଯୋଗ ଅନୁସାରେ ପ୍ରକାଶ ଯେ ସହର ଉପକଣ୍ଠସ୍ଥ ଅଞ୍ଚଳର ଜଣେ ନାବାଳିକାଙ୍କ ମୁହଁ ସହ ଏକ ଅଶ୍ଳୀଳ ପୋଷାକ ପିନ୍ଧିଥିବା ମହିଳା ଶରୀରର ଫଟୋକୁ ଯୋଡ଼ାଯାଇ କେହି ଜଣେ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛି । ନାବାଳିକା ଜଣକ ଏହା ଜାଣିବା ପରେ ରବିବାର ଥାନାରେ ଲିଖତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଅନୁଗୁଳ ଟାଉନ ଥାନା ପୁଲିସ ସାଇବର ଅପରାଧ ଧାରାରେ ଏକ ମାମଲା ରଜୁ କରି ଘଟଣାର ତଦନ୍ତ କରୁଛି । Advertisement
ଯୌତୁକ ଦାବିରେ ନବବଧୁକୁ ହତ୍ଯା ଅଭିଯୋଗ ତାଳଚେର – ଯୌତୁକ ଜୁଇରେ ନବବଧୁ । ସାମାନ୍ୟ ଗୋଟିଏ ଏସି ଓ କିଛି ଟଙ୍କା ପାଇଁ ନବ ବିବାହିତା ଝିଅକୁ ମାରିଦେଲେ ଶାଶୁ ଘର ଲୋକ…
ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡ ଅନୁଗୁଳ -ଅନୁଗୁଳ ଥାନା ଅଞ୍ଚଳରେ ଆଠ ବର୍ଷ ତଳେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ରାୟ ଶନିବାର ଜିଲ୍ଲା ଫାଷ୍ଟଟ୍ରାକ୍ ସ୍ପେଶାଲ୍ କୋର୍ଟରେ ପ୍ରକାଶ ପାଇଛି…
ପୁଲିସ ପରିଚୟ ଦେଇ ଚାନ୍ଦା ଆଦାୟ ବେଳେ ଯୁବକଙ୍କୁ କାବୁ କଲେ ଲୋକେ ଅନୁଗୋଳ – ନିଜକୁ ପୁଲିସ ପରିଚୟ ଦେଇ ଜନସାଧାରଣଙ୍କୁ ଧମକ ଦେଉଥିଲା ଯୁବକ । ସ୍ଥାନୀୟ ଲୋକ ଜାଣି ପାରି ପୁଲିସର ଜିମା ଦେଲେ ଠକକୁ ।…