ମୁଖ୍ୟ ଖବର ନାଲକୋର ହେବ ସଂପ୍ରସାରଣ – କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ Angul OnlineJuly 27, 2024July 27, 2024 ଅନୁଗୁଳ – ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ଅବସରରେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଆଜି ଅନୁଗୁଳସ୍ଥିତ ନାଲକୋ ପରିଦର୍ଶନ କରିଥିଲେ । ଅନୁଗୁଳ ନାଲକୋ ଅତିଥି ଭବନରେ ପହଞ୍ଚିବା ପରେ ସେଠାରେ CISF ତରଫରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଅତିଥି ଭବନରେ ଶ୍ରମିକମାନଙ୍କର କ’ଣ ଅସୁବିଧା ଅଛି, ତାହା ଉପରେ ବିଭିନ୍ନ ଶ୍ରମିକ ସଂଗଠନର ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ଲୋକଙ୍କ ସମସ୍ୟା ଉପରେ ‘ନାଲକୋ’ ଧ୍ୟାନ ଦେଉଛି କି ନାହିଁ ସେ ନେଇ ବିଭିନ୍ନ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ପରେ ମନ୍ତ୍ରୀ ସ୍ମେଲ୍ଟର ପ୍ଲାଣ୍ଟ ସହ ସିପିପି ପରିଦର୍ଶନ କରିଥିଲେ । ପ୍ଲାଣ୍ଟରେ କାର୍ଯ୍ୟ ସଠିକ ଢ଼ଙ୍ଗରେ ଚାଲୁଥିବା ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଆଗାମୀ ଦିନରେ ନାଲକୋର ସମ୍ପ୍ରସାରଣ ନେଇ ସୂଚନା ଦେଇଥିଲେ । ଏହି ପରିଦର୍ଶନ ସମୟରେ ନାଲକୋ CMD ଏବଂ ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ ଓ ଛେଣ୍ଡିପଦା ବିଧୟକ ଅଗସ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ନାଲକୋ CMD ପ୍ଲାଣ୍ଟର ଉତ୍ପାଦନ କ୍ଷମତା ଦୁଇ ଗୁଣ ବଢ଼ାଯିବା ନେଇ କାର୍ଯ୍ୟ ଚାଲୁଥିବା କହିଥିଲେ ।ଯାହାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି । ସଂପ୍ରସାରଣ ପାଇଁ ବୋର୍ଡ ଆପୃଭାଲ ମିଳିସାରିଛି । ଜମି ଅଧିଗ୍ରହଣ ହେବା ପରେ ଷ୍ଟାଚୁଟାରୀ କ୍ଲିୟରାନ୍ସ ମିଳିବା ପରେ ଆଉ ୫ ଲକ୍ଷ ଟନ ସ୍ମେଲଟରର କ୍ଷମତା ବଢାଯିବାକୁ ଚେଷ୍ଟା କରାଯିବ ବୋଲି CMD କହିଥିଲେ । Advertisement
ଶ୍ଵାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତ୍ତି ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କର୍ଣ୍ଣପୁର ପଞ୍ଚାୟତ ସାନଜୋରଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଘରେ ଶୋଇଥିବା ବେଳେ ଶ୍ଵାସରୁଦ୍ଧ ହୋଇ…
୫୫ ବର୍ଷୀୟ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ୮୫ ବର୍ଷୀୟ ବାପ ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ମୁଣ୍ଡୁରିବେଡା ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟି ଯାଇଛି । ସାମନ୍ୟ କଥାକୁ ନେଇ ୮୫ ବର୍ଷୀୟ ବାପ…
ଅବସର ପ୍ରାପ୍ତ ଅଧକ୍ଷଙ୍କ କବିତାକୁ ଉତ୍ତେଜନା – ଥାନାର ଦ୍ଵାରସ୍ଥ ହେଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦାର ଜଣେ ଅବସରପ୍ରାପ୍ତ ପ୍ରିନ୍ସପାଲଙ୍କ ସୋସିଆଲ ମିଡିଆରେ ଲେଖା ଯାଇଥିବା କବିତାକୁ ନେଇ ଛେଣ୍ଡିପଦା ଗ୍ରାମବାସୀ ଥାନାର ଦ୍ଵାରସ୍ଥ ହୋଇଛନ୍ତି ।…