ମୁଖ୍ୟ ଖବର ହତ୍ଯାକାରୀକୁ ଗିରଫ ଦାବୀରେ ଜାତିୟ ରାଜପଥ ଅବରୋଧ Angul OnlineApril 22, 2023April 22, 2023 ଅନୁଗୋଳ – ଅନୁଗୋଳ ସହର ହୁଲୁରିସିଂହା ଠାରେ ଗତକାଲି ସନ୍ଧ୍ୟାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିବା ଘଟଣାରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି । ସହର ଭିତରେ ଏଭଳି ଘଟଣା ଘଟିଥିବା ସତ୍ୱେ ପୁଲିସ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରି ପାରି ନାହିଁ କିମ୍ବା ଘଟଣାରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେବା ସହ ଉତ୍ତ୍ୟକ୍ତ ଲୋକ ଜାତୀୟ ରାଜପଥ ୫୫ ଅବରୋଧ କରିଛନ୍ତି । ହୁଲୁରିସିଂହା ଛକ ଉପରେ ଟାୟାର ଜାଳି ସାହି ଲୋକ ରାସ୍ତା ଉପରେ ବସି ରହିଛନ୍ତି । ଫଳରେ ଜାତୀୟ ରାଜପଥ ରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ ହୋଇ ଯାଇଛି । ତୁରନ୍ତ ଦୋଷୀକୁ ଧରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । Advertisement
ବଢିଲେ କୁମ୍ଭୀର , କମିଲେ ପକ୍ଷୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡରେ ପକ୍ଷୀ ଓ କୁମ୍ଭୀର ଗଣନା ଶେଷ ହୋଇଛି । ଚଳିତ ବର୍ଷ ଗଣ୍ଡରେ ଉଭୟ ମଗର ଓ ଘଡିଆଳ…
ଲୁଟେରାଙ୍କ ପିଛା କରି ଯୁବ ଓକିଲ ଫେରାଇ ଆଣିଲେ ଟଙ୍କା – ଡିକି ଭାଙ୍ଗି ଲୁଟ କରିଥିଲେ ଲୁଟେରା ଅନୁଗୁଳ – ଡିକି ଭାଙ୍ଗି ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ହେଲେ ଲୁଟେରାଙ୍କୁ ସାହସର ସହ ପିଛା କରି ଲୁଟେରାଙ୍କ…
ନକଲି ଔଷଧର ସିକିମ୍-କୋଲକାତା ଲିଙ୍କ୍ ! ଉଭୟ ରାଜ୍ୟକୁ ଯିବ ଡ୍ରଗ୍ସ୍ ନିୟନ୍ତ୍ରକଙ୍କ ଏସ୍ଟିଏଫ୍ ଅନୁଗୁଳ – ଅନୁଗୁଳ ନକଲି ଔଷଧ ମାମଲାର ଚେର ସିକିମ୍ ଓ କୋଲକାତା ପର୍ଯ୍ୟନ୍ତ ଲମ୍ବିଛି । ଏହି ଦୁଇ ଜାଗାରେ ଅନେକ ଗୁମର ଲୁଚିଥିବା ଜଣା…