ବ୍ରଜ ଓ ନଲିନୀଙ୍କୁ ନବୀନ ଦେଲେ ଗୁରୁଦାୟିତ୍ଵ

ବ୍ରଜ ଓ ନଲିନୀଙ୍କୁ ନବୀନ ଦେଲେ ଗୁରୁଦାୟିତ୍ଵ

ଭୁବନେଶ୍ୱର – ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଦଳର ବିଧାୟକ ମାନଙ୍କୁ ବିଭାଗ ଆବଣ୍ଟନ କରିଛନ୍ତି  । ଯେଉଁସବୁ ବିଧାୟକମାନଙ୍କୁ ଯେଉଁ ବିଭାଗ ଦିଆଯାଇଛି ତାହା ଉପରେ ନିଘା ରଖିବାକୁ କୁହାଯାଇଛି । ଏହା ଦେଖିବା ପରେ ନୂଆ ତରିକାରେ ବିଜେଡ଼ି ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛି ବୋଲି ସ୍ପଷ୍ଟ ବାରି ହେଉଛି । ଏହି କ୍ରମରେ ଅନୁଗୁଳ ଜିଲ୍ଲାରେ ବିଜୁ ଜନତା ଦଳ ପକ୍ଷରୁ ଜିତିଥିବା ଦୁଇ ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ନଲିନୀ ପ୍ରଧାନଙ୍କୁ ମଧ୍ୟ ଦାୟିତ୍ଵ ଦେଇଛନ୍ତି ନବୀନ । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ବିଭାଗ ଉପରେ ନଜର ରଖିବାକୁ କୁହା ଯାଇଛି । ବିଧାନସଭାରେ ଦୃଢ଼ ତଥା ସକ୍ରିୟ ବିରୋଧୀ ଦଳ ଭାବରେ ଦାୟିତ୍ୱ ନିର୍ବାହ ପାଇଁ ନବୀନ ପଟନାୟକ ଯୋଜନା କରିଥିବା ବେଳେ ଓଡିଶା ବାସୀଙ୍କ ସ୍ୱରକୁ ବିଧାନସଭା ରେ ଦୃଢ଼ ଭାବେ ପ୍ରତିଧ୍ୱନିତ କରିବା ତଥା ଜନତା ଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ର କାର୍ଯ୍ୟକ୍ରମ ଉପରେ ନଜର ରଖିବେ ଏହି ବିଜେଡି ବିଧାୟକ ।

କାହାକୁ କେଉଁ ଦାୟିତ୍ଵ —

ରଣେନ୍ଦ୍ର ପ୍ରତାପ ସ୍ୱାଇଁ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
ପ୍ରମିଳା ମଲ୍ଲିକ : ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସଂସଦୀୟ ବ୍ୟାପାର
ବଦ୍ରି ନାରାୟଣ ପାତ୍ର : ମହିଳା ଓ ଶିଶୁ ବିକାଶ ବିଭାଗ
ନିରଞ୍ଜନ ପୂଜାରୀ : ଗୃହ ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ
ଅଶ୍ୱିନୀ କୁମାର ପାତ୍ର : ହସ୍ତତନ୍ତ ଓ ବୟନଶିଳ୍ପ
ପ୍ରତାପ କେଶରୀ ଦେବ : ସାଧାରଣ ପ୍ରଶାସନ ଓ ଅଭିଯୋଗ ଶୁଣାଣୀ
ଅରୁଣ କୁମାର ସାହୁ : ଜଳସମ୍ପଦ
ସାରଦା ପ୍ରସାଦ ନାୟକ : ଶିଳ୍ପ
ପ୍ରସନ୍ନ ଆଚାର୍ଯ୍ୟ : ଅର୍ଥ ଓ ସାଧାରଣ ଉଦ୍ୟୋଗ
ବ୍ରଜ କିଶୋର ପ୍ରଧାନ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ରାଜେନ୍ଦ୍ର ଢୋଲକିଆ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
ମନୋହର ରାନ୍ଧାରୀ ଓ ଯୋଗେଶ ସିଂହ : ଆଦିବାସୀ ବ୍ୟାପାର
ବ୍ୟୋମକେଶ ରାୟ : ପୂର୍ତ୍ତ
ଦିବ୍ୟଶଙ୍କର ମିଶ୍ର : ଶକ୍ତି
ଗଣେଶ୍ୱର ବେହେରା : ଇସ୍ପାତ ଓ ଖଣି
ବର୍ଷା ସିଂ ବରିହା : ମିଶନ ଶକ୍ତି
ସନାତନ ମହାକୁଡ଼ : କୃଷି ଓ କୃଷକ ସଶକ୍ତିକରଣ
ସଂଜୀବ ମଲ୍ଲିକ : ଏମଏମଏମଇ
କଳିକେଶ ନାରାୟଣ ସିଂହଦେଓ : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
ଅଧିରାଜ ମୋହନ ପାଣିଗ୍ରାହୀ : ଆଇନ୍‌
ପ୍ରଦୀପ କୁମାର ଦିଶାରୀ  : ଏସସି ବ୍ୟାପାର
ଚକ୍ରମଣି କହଁର : ଏସଟି ବ୍ୟାପାର
ଦେବୀ ରଞ୍ଜନ ତ୍ରିପାଠୀ : ଗ୍ରାମ୍ୟ ଉନ୍ନୟନ
ସୌଭିକ ବିଶ୍ୱାଳ : ଏସଏସଇପିଡ଼ି
ପ୍ରଶାନ୍ତ ବେହେରା : ଅବକାରୀ
ଧ୍ରୁବଚରଣ ସାହୁ : ପର୍ଯ୍ୟଟନ
ତୁଷାରକାନ୍ତି ବେହେରା : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ
ଅନନ୍ତ ନାରାୟଣ ଜେନା : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି
ସୁଶାନ୍ତ କୁମାର ରାଉତ : କ୍ରୀଡ଼ା ଓ ଯୁବ ବ୍ୟାପାର
ବିଭୂତି ଭୂଷଣ ବଳବନ୍ତରାୟ : ବାଣିଜ୍ୟ ଓ ପରିବହନ
ରମେଶ ଚନ୍ଦ୍ର ବେହେରା : ଉଚ୍ଚଶିକ୍ଷା
ରୋହିତ ଯୋଶେଫ ତିର୍କୀ : ସଂଖ୍ୟାଲଘୁ ବ୍ୟାପାର
ସୁଦର୍ଶନ ହରିପାଲ୍‌ : ହସ୍ତତନ୍ତ
ରୋମାଂଚ ରଞ୍ଜନ ବିଶ୍ୱାଳ : ଯୋଜନା ଓ ସଂଯୋଜନା
ଅଭିମନ୍ୟୁ ସେଠୀ : ପୂର୍ତ୍ତ
ଗୌତମବୁଦ୍ଧ ଦାସ : ସୂଚନା ଓ ପ୍ରସାରଣ ବିଭାଗ
ସୁବାସିନୀ ଜେନା : ମତ୍ସ୍ୟ ଓ ପଶୁ ସମ୍ପଦ
ମାଧବ ଧଡ଼ା : ବିଜ୍ଞାନ ଓ କାରିଗରୀ
ବିଶ୍ୱରଞ୍ଜନ ମଲ୍ଲିକ : ଶ୍ରମ ଓ ଇଏସଆଇ
ସୁଜାତା ସାହୁ : ମିଶନ ଶକ୍ତି
ନଳିନୀକାନ୍ତ ପ୍ରଧାନ : ଗୃହ ଓ ନଗର ଉନ୍ନୟନ ବିଭାଗ
ମନୋରମା ମହାନ୍ତି : ମହିଳା ଓ ଶିଶୁ ବିକାଶ
ଅରବିନ୍ଦ ମହାପାତ୍ର : ଆଇଟି
ରମାକାନ୍ତ ଭୋଇ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ
ସାରଦା ପ୍ରସାଦ ଜେନା : ସମବାୟ
ସୁନୀଲ କୁମାର ମହାନ୍ତି : ପର୍ଯ୍ୟଟନ
ନବ କିଶୋର ମଲ୍ଲିକ : ଗ୍ରାମ୍ୟ ଉନ୍ନୟନ
ପ୍ରଦୀପ କୁମାର ସାହୁ : ଗୃହ ଓ ନଗର ଉନ୍ନୟନ
ରୂପେଶ କୁମାର ପାଣିଗ୍ରାହୀ : ବିଦ୍ୟାଳୟ ଓ ଗଣଶିକ୍ଷା

What’s your Reaction?
+1
12
+1
3
+1
2
+1
2
+1
60
+1
9
+1
5

Leave a Reply