ଦାୟିତ୍ଵରେ ଅବହେଳା ପଡିଲା ମହଙ୍ଗା – ନିଲମ୍ବିତ ହେଲେ ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଦାୟିତ୍ଵରେ ଅବହେଳା ପଡିଲା ମହଙ୍ଗା – ନିଲମ୍ବିତ ହେଲେ ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଅନୁଗୁଳ – ଦାୟିତ୍ୱରେ ଅବହେଳା କରିଥିବାରୁ ବାରଗୌଣିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଅର୍ଜୁନ କୁମାର ପୃଷ୍ଟି ଓ ପାଲଲହଡା ବ୍ଲକରେ ଅବସ୍ଥାପିତ ପଞ୍ଚାୟତ ନିର୍ବାହୀ ଅଧୁକାରୀ ଶ୍ରୀ ସଦାଶିବ ପ୍ରଧାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଗତ ମାସ ୨୭ ତାରିଖରେ ଅନୁଗୁଳ ବ୍ଳକର କନିଷ୍ଠ ଯନ୍ତ୍ରୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକମାନଙ୍କର ବିଭିନ୍ନ ଉନ୍ନୟନ ଯୋଜନାର ସମୀକ୍ଷା ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜଣାପଡିଲା ଯେ , ଶ୍ରୀ ପୃଷ୍ଟି ଡି ଆର ଡି ଏ ଟିମର କ୍ଷେତ୍ର ପରିଦର୍ଶନ ସମୟରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ । ପୁନର୍ବାର ଅପରାହ୍ନ ୩ ଘଟିକା ସମୟରେ ଅନୁଗୁଳ ବ୍ଳକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅନୁପସ୍ଥିତ ଥିଲେ । ଶ୍ରୀ ପୃଷ୍ଟି ମଧ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବିନା ଅନୁମତିରେ ସଦର ମହକୁମା ଛାଡି ଚାଲିଯାଇଥିଲେ । କର୍ତ୍ତବ୍ୟରେ ଅବହେଳା ଓ ଦାୟିତ୍ଵ ହିନତା ପାଇଁ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟରୁ ନିଲମ୍ବିତ କରିଛଛି । ସେହିପରି ଗତକାଲି ପାଲଲହଡା ବ୍ଲକର କନିଷ୍ଠ ଯନ୍ତ୍ରୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ମାନଙ୍କର ବିଭିନ୍ନ ଉନ୍ନୟନ ଯୋଜନାର ସମୀକ୍ଷା ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜଣାପଡିଲା ଯେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ଦାୟିତ୍ଵରେ ଅବହେଳା ପ୍ରଦର୍ଶନ କରିଛନ୍ତି । ଶ୍ରୀ ପ୍ରଧାନ ମୁଣ୍ଡିବେଡା ଗ୍ରାମପଞ୍ଚାୟତରେ କେତେକ ହିତାଧିକାରୀ ମାନଙ୍କୁ ୨ଥର ଲେଖାଏଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଞ୍ଜୁର କରିଛନ୍ତି । ସେ ନିଜ ଦାୟିତ୍ଵରେ ଘୋର ଅବହେଳା ପ୍ରଦର୍ଶନ ପୂର୍ବକ ପ୍ରଶାସନକୁ ଅସୁବିଧାରେ ପକାଇବା ସହ ବିନା ଅନୁମତିରେ ସଦର ମହକୁମା ଛାଡି ଚାଲି ଯିବାର ନଜିର ରହିଛି । ପୁନର୍ବାର ଶ୍ରୀ ପ୍ରଧାନ ବ୍ଲକ୍‌ କାର୍ଯ୍ୟାଳୟରେ ଟେବୁଲ , ଚେୟାର ଓ ଅନ୍ୟାନ୍ୟ ଆସବାବ ପତ୍ର ଭଙ୍ଗାରୁଜା କରିଛନ୍ତି ଏଥିପାଇଁ ତାଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୈଫିୟତ ମାଗିଥିଲେ ମଧ୍ୟ ସେ ତାର ଉତ୍ତର ଦେଇନଥିଲେ । ଏହିସବୁ ଦାୟିତ୍ଵହୀନତା ଯୋଗୁଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତାକୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତ ବୋଲି ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଗୁରୁଭା ସିଂଙ୍କ ସୁତ୍ରରୁ ପ୍ରକାଶ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply