ଅପରାଧ ଜମିବାଡ଼ି ବିବାଦକୁ ନେଇ ପଡୋଶୀଙ୍କୁ ପିଟିପିଟି ହତ୍ୟା Angul OnlineFebruary 5, 2023February 5, 2023 ଅନୁଗୋଳ – ଅନୁଗୋଳ ସଦର ଥାନା ଛେଳିଆପଡ଼ା ଗାଁରେ ଆଜି ଜମିବାଡ଼ିକୁ ନେଇ ଥିବା ପୂର୍ବ ଶତ୍ରୁତାରୁ ଜଣଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି । ପଡ଼ୋଶୀଙ୍କ ଠେଙ୍ଗା ମାଡ଼ରେ ପାଖ ପଡ଼ୋଶୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଛେଳିଆପଡା ଗାଁର ଯୁଧୁଷ୍ଠିର ପ୍ରଧାନଙ୍କ ଘରକୁ ଲାଗିଥିବା ରାସ୍ତାକୁ ପଡ଼ୋଶୀ ଜିତେନ୍ଦ୍ର ପ୍ରଧାନଙ୍କ ପରିବାର ଅବରୋଧ କରି ରଖିଥିଲେ ଯାହା ଫଳରେ ଯୁଧିଷ୍ଠିରଙ୍କ ଘରକୁ ଯିବାଆସିବା କରିବାରେ ଅସୁବିଧା ହେଉଥିଲା । ଆଉ ଏହି କଥାକୁ ନେଇ ଉଭୟଙ୍କ ପରିବାର ଭିତରେ ଝଗଡା ଅନେକ ସମୟରେ ହେଉଥିଲା । ଆଜି ସକାଳେ ପୁଣି ଏହି କଥାକୁ ନେଇ ଯୁଧୁଷ୍ଠିରଙ୍କ ସହ ପଡୋଶୀ ଜିତେନ୍ଦ୍ର ପ୍ରଧାନ , ତାଙ୍କ ମା ଦ୍ରୌପଦୀ ପ୍ରଧାନ ଓ ଭଉଣୀ ଉପମି ପ୍ରଧାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ଚାଲିଥିବା ବେଳେ ଜିତେନ୍ଦ୍ର ଯୁଧୃଷ୍ଠିରଙ୍କୁ ଠେଲି ଦେଇଥିଲେ । ଯୁଧିଷ୍ଠିର ତଳେ ପଡିଥିବା ବେଳେ ସେ ଏକ ବାଉଁଶ ବାଡ଼ିରେ ଯୁଧିଷ୍ଠିରଙ୍କ ମୁଣ୍ଡକୁ ପିଟିବା ପରେ ଯୁଧିଷ୍ଠିର ଚେତାଶୂନ୍ୟ ହୋଇ ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଯୁଧୃଷ୍ଠିରଙ୍କ ପୁଅ କ୍ଷୀରୋଦ ଅନୁଗୋଳ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରିଥିଲା । ପ୍ରାଥମିକ ତଦନ୍ତ ପରେ ଜିତେନ୍ଦ୍ର ପ୍ରଧାନ , ଦ୍ରୌପଦୀ ପ୍ରଧାନ ଓ ଉପମି ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । Advertisement
ବିପୁଳ ପରିମାଣର ବେଆଇନ ବାଣ ଜବତ – ଦୁଇ ଅଟକ ବେଆଇନ ବାଣ କାରଖାନା ଉପରେ ପୁଲିସର ଚଢାଉ । କାରଖାନାର ଲାଇସେନ୍ସ ନ ଥିବା ଜଣାପଡିଛି । ଜବତ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା । ଛେଣ୍ଡିପଦା –…
୬ ଜଣ ଜୁଆଡ଼ି ଗିରଫ – କାର, ମୋଟରସାଇକେଲ , ଟଙ୍କା ଜବତ ଅନୁଗୁଳ – ଅନୁଗୁଳ ସଦର ପୁଲିସ ପଞ୍ଚମହଲାର ଜଙ୍ଗଲିଆ ଅଞ୍ଚଳରେ ଚଢ଼ାଉକରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ହେମୁସୁରପଡ଼ାର…
ଏଟିମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାକୁ ପୁଣି ଥରେ ଏଟିଏମ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡିଛି । ଗତ ଦୁଇ ବର୍ଷ ତଳେ ବାରମ୍ବାର ଏଟିଏମ ଭାଙ୍ଗି ଲୁଟ…