ଅନୁଗୋଳ – ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟରେ ଏକ ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଥିବା ବେଳେ ବିଚାରପତି ରଞ୍ଜିତା ଜ୍ୟୋତିଶି ମାମଲାର ଶୁଣାଣି କରି ଅଭିଯୁକ୍ତ ପୁରିହାବେଡା ଗ୍ରାମର ଅଭିଯୁକ୍ତ ମିଟୁ ନାଏକ ଓ ତାଙ୍କ ଶଳା ହର ନାଏକକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହିତ ୧୦ ହଜାର ଅନାଦେୟ ଅଧିକ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ସୂଚନା ଅନୁସାରେ ୨୦୧୫ ମସିହା ଅଗଷ୍ଟ ୧୭ ତାରିଖରେ ମକା ବବିଚାରେ ବଳଦ ପଶି କ୍ଷତି ଘଟାଇବାକୁ କେନ୍ଦ୍ର କରି ଛେଣ୍ଡିପଦା ଥାନା ପୁରିହାବେଡା ଗ୍ରାମର ଭିକାରୀ ନାଏକ ଓ ମିଟୁ ନାଏକଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମିଟୁ ଏକ ଟାଙ୍ଗିରେ ଭିକାରୀଙ୍କୁ ହାଣି ହତ୍ୟା କରିଥିଲେ । ଏଥିରେ ତାଙ୍କ ଶଳା ହର ନାଏକ ସହଯୋଗ କରିଥିବାରୁ ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମୋଟ ୧୨ ଜଣ ସାକ୍ଷୀଙ୍କ ତଥ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଅଭିଯୁକ୍ତଦ୍ବୟଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ତାପସ ରଞ୍ଜନ ମିଶ୍ର ମାମଲାର ପରିଚାଳନା କରିଥିଲେ ।
What’s your Reaction?
+1
+1
+1
+1
+1
+1
+1