ଖେଳ ଓ ଖେଳାଳିମୁଖ୍ୟ ଖବର ପୁରୁଖା ହଟିଲେ – ପ୍ରତାପ ହେଲେ କ୍ରିକେଟ୍ ଆସୋସିଏସନର ସଭାପତି , ସାଗର ସମ୍ପାଦକ Angul OnlineJanuary 3, 2021January 3, 2021 ଅନୁଗୁଳ – ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦରେ ଅନୁଗୋଳ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ନିର୍ବାଚିତ ହୋଇଛନ୍ତି । କେବଳ ସେତିକି ନୁହେଁ ପ୍ରତାପଙ୍କ ପୁରା ଗୋଷ୍ଠୀ ଚଳିତ ଥର କ୍ରିକେଟ ସଙ୍ଘକୁ କବଜା କରି ନେଇଛନ୍ତି । ସମସ୍ତ ପୁରୁଖା କ୍ରିକେଟ ଖେଳାଳି ମାନେ ଏଥର ଏକଜୁଟ ହୋଇଥିଲେ । ଫଳସ୍ଵରୂପ କେବଳ ସମ୍ପାଦକ ପଦକୁ ଛାଡିଦେଲେ ଅନ୍ୟ ସମସ୍ତ ପଦ ପାଇଁ କେବଳ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ । ସମ୍ପାଦକ ପଦ ପାଇଁ ଏଥର ଅକ୍ଷୟ କୁମାର ଦାସ ଓ ସାଗରନାଥ ମିଶ୍ରଙ୍କ ମଧ୍ୟରେ ସିଧାସଳଖ ଟକ୍କର ହୋଇଥିଲା । ତେବେ ଆଜି ଏଥିପାଇଁ ହୋଇଥିବା ଭୋଟରେ ସାଗରନାଥଙ୍କୁ ୨୩ ଖଣ୍ଡ ଭୋଟ ମିଳିଥିବା ବେଳେ ଅକ୍ଷୟଙ୍କୁ ମାତ୍ର ୫ ଖଣ୍ଡ ଭୋଟ ମିଳିଥିଲା । ଫଳରେ ସାଗରନାଥ ୧୮ ଖଣ୍ଡ ଅଧିକ ଭୋଟ ପାଇ ସମ୍ପାଦକ ଭାବେ ବିଜୟୀ ହୋଇଥିଲେ । ସେହିପରି ପ୍ରଭାତ କୁମାର ସିହ୍ନା ଓ ଅରୁଣ କୁମାର ପୁଷ୍ପାଳକ ଯଥାକ୍ରମେ ଉପ-ସଭାପତି-୧ ଓ ଉପ-ସଭାପତି-୨ ଭାବେ , ଗଙ୍ଗାଧର ପଟନାୟକ ଓ ସତ୍ୟେନ୍ଦ୍ର ପ୍ରଧାନ ଯୁଗ୍ମ ସମ୍ପାଦକ ୧ ଓ ୨ ଏବଂ ରଞ୍ଜନ କୁମାର ଧୀରସାମନ୍ତ କୋଷାଧ୍ୟକ୍ଷ ପଦ ପାଇଁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି କଦମ ପଡିଆସ୍ଥିତ ସଂଘ କାର୍ଯ୍ୟାଳୟରେ ଭୋଟ ଗ୍ରହଣ କରା ଯାଇଥିଲା । ଆଜିର ନିର୍ବାଚନରେ ବରିଷ୍ଠ ଆଇନଜୀବୀ ଭୁପେଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ନିର୍ବାଚନ ଅଧିକାରୀ ରହିଥିବା ବେଳେ ସନ୍ତୋଷ କୁମାର ନାୟକ ଓ ପ୍ରଶାନ୍ତ କୁମାର ରଥ ସହକାରୀ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । Advertisement
ହକି ବିଶ୍ୱକପ ପ୍ରସାର ପାଇଁ ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ – ତାଳଚେର ବିଜୟୀ ଅନୁଗୁଳ – ହକି ପୁରୁଷ ବିଶ୍ୱକପ ୨୦୧୩ ର ପ୍ରଚାର ପ୍ରସାର ସହ ଅନ୍ୟ ଖେଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ…
କ୍ରୀଡାବିଦଙ୍କୁ ଉପଖଣ୍ଡ କ୍ରୀଡା ସଂଘର ଉପେକ୍ଷା ଅଭିଯୋଗ ଅନୁଗୁଳ – ଅନୁଗୁଳ ଉପଖଣ୍ଡ କ୍ରୀଡା ସଂଘରେ ଛେଣ୍ଡିପଦା ବ୍ଲକ ଅଞ୍ଚଳକୁ ଉପେକ୍ଷା କରାଯାଉଛି । ଯାହା ଫଳରେ ଛେଣ୍ଡିପଦା ଅଞ୍ଚଳର ଖେଳାଳି ମାନେ ଅଣଦେଖା ହେଉଛନ୍ତି…
ଜାତୀୟ ମୁଥୁତାଇ ପ୍ରତିଯୋଗିତାରେ ଚମକିଲେ ଅନୁଗୁଳ ପ୍ରତିଯୋଗୀ – ହାତେଇଲେ ୬ ସ୍ୱର୍ଣ୍ଣ ପଦକ ଅନୁଗୁଳ – ଜାତୀୟ ସ୍ତରୀୟ ମୁଥୁତାଇ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାର ପ୍ରତିଯୋଗୀଙ୍କୁ ସଫଳତା ମିଳିଛି । ମଧ୍ୟପ୍ରଦେଶରେ ଆୟୋଜିତ ଜାତୀୟ ମୁଥୁତାଇ ଚାମ୍ପିଅନସିପ ୨୦୨୨ରେ ଓଡ଼ିଶାର ପ୍ରଦର୍ଶନ…