ଅନୁଗୁଳରେ ପ୍ରତିଷ୍ଠା ହେବ ନୂତନ ଏମଏସଏମଇ ପାର୍କ

ଅନୁଗୁଳରେ ପ୍ରତିଷ୍ଠା ହେବ ନୂତନ ଏମଏସଏମଇ ପାର୍କ

ଅନୁଗୁଳ – ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନ ଗୁଡିକର କାର୍ଯ୍ୟଗୁଡିକୁ ତ୍ବରାନ୍ବିତ କରିବା ନିମନ୍ତେ ସରକାରଙ୍କ ବିଭିନ୍ନ ବିଭାଗ ଓ ଶିଳ୍ପ ଅନୁଷ୍ଠାନ ସହ ଆଲୋଚନା କରି ଏକ ଲୋକାଭିମୁଖୀ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯିବ ବୋଲି ଆଜି ନାଲ୍‌କୋ ପ୍ରଶିକ୍ଷଣ ଗୃହରେ ୨ ଦିନିଆ ଇଣ୍ଡଷ୍ଟ୍ରି କେୟାର କର୍ମଶାଳାରେ ମାନ୍ୟବର ମୁଖ୍ୟମନ୍ତ୍ରୀକର ମୁଖ୍ୟ ପରାମର୍ଶଦାତା ଶ୍ରୀ ଅସିତ୍ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି । କର୍ମଶାଳାରେ ଯୋଗଦାନ ଦେଇଥିବା ୪୨ଟି ବୃହତ ଶିଳ୍ପ ସଂସ୍ଥାର କର୍ମକର୍ତାକ ସହ ଆଲୋଚନା କରି ଶିଳ୍ପ ଅନୁଷ୍ଠାନମାନେ ତ୍ବରାନ୍ବିତ ଭାବରେ ଚାଲିବା ନିମନ୍ତେ ଆବଶ୍ୟକ କଞ୍ଚାମାଲ , ଭିତ୍ତଭୂମୀ , ପ୍ରଦ୍ୟୁଷଣ ପ୍ରମାଣ ପତ୍ର , ରାସ୍ତା ସଂଯୋଗ , ପାଚେରୀ , ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ , ରେଳ ସଂଯୋଗୀକରଣ , ପାନୀୟ ଜଳ ଯୋଗାଣ , ବିସ୍ଥାପିତ ମାନଙ୍କୁ କ୍ଷତିପୂରଣ ଓ ଆନୁସଙ୍ଗିକ ସମସ୍ୟାର ସମାଧାନ ନିମନ୍ତେ ବିଶଦ ଆଲୋଚନା ହୋଇଥିଲା । ଉଭୟ ଜିଲ୍ଲାରେ ଚାଷ ଓ ଇଣ୍ଡଷ୍ଟ୍ରି ପାଇଁ ଅନେକ ସମ୍ଭାବନା ରହିଛି । ଏଥିପାଇଁ ଉଭୟଙ୍କୁ ଗୁରୁତ୍ୱ ଦେଇ କାମ କରାଯିବ ବୋଲି ସମୀକ୍ଷା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରୀପାଠୀ କହିଥିଲେ । ଖୁବ ଶୀଘ୍ର ଅନୁଗୁଳର ନୁଆଁ କୋଲ କରିଡର ତିଆରି ହେବ । ଏଥିପାଇଁ ଜିଲ୍ଲାରେ ନୁଆଁ ୧୨ ଟି ଖଣି ହେବ । ଏହାର ଡିଟେଲସ ପ୍ରୋଜେକ୍ଟ ରିପୋର୍ଟ ୨ ମାସ ଭିତରେ ଦାଖଲ ହେବ । ଏହାସହ ଢେଙ୍କାନାଳ ଓ ଅନୁଗୁଳ ରେ ୨ ଟି ନୁଆଁ MSME ପାର୍କ ନିର୍ମାଣ ପାଇଁ ଯୋଜନା କରାଯାଇଛି । ଖୁବ ଶୀଘ୍ର ନାଲକୋର ସମ୍ପ୍ରସାରଣ କରାଯିବ ଆଉ ଏଥିପାଇଁ ବ୍ରାହ୍ମଣୀରୁ ଆସିବ । ଏହି ପାଣି କିଭଳି ଆସିବ ସେ ନେଇ ଯୋଜନା ତିଆରି ହେବ । ଅନୁଗୁଳ ଆଲୁମିନିୟମ ପାର୍କର ସମ୍ପ୍ରସାରଣ ମଧ୍ୟ କରାଯିବ । ଜିଲ୍ଲାରେ ଥିବା ତାପଜ ବିଦ୍ୟୁତ କେନ୍ଦ୍ରରୁ ନିର୍ଗତ ହେଉଥିବା ପାଉଁଶ ଜିଲ୍ଲା ପାଇଁ ସମସ୍ୟା ସୃଷ୍ଟି କରୁଛି । ଏହି ପାଉଁଶ ସୁପରିଚାଳନା ପାଇଁ ଖଣି ଗୁଡିକ ସହ ଆଲୋଚନା କରା ଯାଇଛି । ତାଳଚେର ବନ୍ଦ ହୋଇଥିବା ଖଣିରେ ଏହି ପାଉଁଶ ସବୁ ଭର୍ତ୍ତି କରାଯିବ । ଯାହା ଫଳରେ ପ୍ରଦୂଷଣ ସମସ୍ୟାରୁ ମଧ୍ୟ ମୁକ୍ତି ମିଳି ପାରିବ । ଅନୁଗୁଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଶିଳ୍ପ ଅନୁଷ୍ଠାନଗୁଡିକରେ ସୃଷ୍ଟି ହେଉଥିବା ସମସ୍ୟାଗୁଡିକୁ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷକ ଦୃଷ୍ଟିକୁ ଆଣି ସେଗୁଡିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟ ପରାମର୍ଶଦାତା ପ୍ରଶଂସା କରି କହିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରିବା ସହ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଯୋଗ ଦେଇ ଢେଙ୍କାନାଳ ସ୍ଥିତ ଶିଳ୍ପ ଅନୁଷ୍ଠାନ ଗୁଡିକର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ମତାମତ ଦେଇଥିଲେ । ଏହାଛଡା ଏହି କର୍ମଶାଳାରେ ଇପିକୋଲ ଏବଂ ଇକୋର ପରିଚାଳନା ନିର୍ଦେଶକ ଶ୍ରୀ ଭୂପିନ୍ଦର ସିଂ ପୁନିଆ , ନାଲ୍‌କୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର , ଶିଳ୍ପ ବିଭାଗର ନିର୍ଦ୍ଦେଶକ ସାଦିକ ଅଲ୍ଲୀ , ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ , ଡେପୁଟୀ କଲେକ୍ଟର ଶ୍ରୀ ବଇତୁରା ଦିପ୍ , ଜିଲ୍ଲା ସ୍ତରୀୟ ଅଧିକାରୀ , ବିଭିନ୍ନ ଶିଳ୍ପ ସଂସ୍ଥାଗୁଡିକର କର୍ମକର୍ତ୍ତା ଯୋଗ ଦେଇଥିଲେ । ଆସନ୍ତାକାଲି ୧୫୦ଗୋଟି ଏମ୍ ଏସ୍ ଏମ୍ ଇ ୟୁନିଟ୍ ଏହି କର୍ମଶାଳାରେ ଭାଗ ନେବେ ।

 

What’s your Reaction?
+1
1
+1
0
+1
1
+1
2
+1
5
+1
0
+1
0

Leave a Reply