ମୁଖ୍ୟ ଖବର ଡ୍ରଗ୍ସ ମୁକ୍ତ ଅନୁଗୁଳ ଉପରେ ନୁଆଁ ଏସ.ପି.ଙ୍କ ଗୁରୁତ୍ୱ Angul OnlineJanuary 9, 2023January 9, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ସକାଳ ପ୍ରାୟ ୧୧ଟା ବେଳେ ଏସ.ପି. ଭାବେ ଯୋଗ ଦେଇଛନ୍ତି ଶୁଧାଂଶୁ ଶେଖର ମିଶ୍ର । ଏହାପରେ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଡ୍ରଗ୍ସ କବଳରୁ ଯୁବପିଢିଙ୍କୁ ଫେରାଇ ଆଣିବାକୁ ସେ ପ୍ରାଥମିକତା ଦେବେ। ଏହି ନିଷିଦ୍ଧ ନିଶା କାରବାରକୁ ବନ୍ଦ କରିବା ଓ ଚୋରା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନିଆଯିବ। ଅନୁଗୁଳ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବାରୁ ଏଠାରେ ବିଭିନ୍ନ ଅପରାଧ ବଢୁଛି। ଏଥିରେ ରୋକ ଲଗାଇବା ପାଇଁ ଉଦ୍ୟମ ହେବ। ସେହିପରି ସାଇବର ଅପରାଧ କେମିତି କମିବ ସେଥିନେଇ ସଚେତନତା ସୃଷ୍ଟି କରାଯିବ। ସମ୍ପତ୍ତି ବିବାଦକୁ ନେଇ ହେଉଥିବା ଅପରାଧ କେମିତି କମିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ନୂଆ ଏସପି କହିଛନ୍ତି। Advertisement
ପୋଖରୀରେ ବୁଡି ବାଳକ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପୋଖରୀକୁ ଗାଧୋଇବା ପାଇଁ ଯାଇ ଥିବା…
କଣ୍ଟେନର ଧକ୍କାରେ ସାଇକେଲ ଆରୋହୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ବନ୍ଦା ଛକ ଠାରେ ଏକ ସଡ଼କ ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତ…
ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ ଓ ତାଙ୍କ ସ୍ଵାମୀ – ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ଅନୁଗୁଳ – ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସୁଶୁବା ପଞ୍ଚାୟତ ସରପଞ୍ଚ ଓ ତାଙ୍କ ସ୍ୱାମୀ ଶିଶିର ସାମଲ । ଜଣେ ହିତାଧିକାରୀଙ୍କ “ମୋ…