ଜିଲ୍ଲା ପାଇଁ ଯୁବ ବିଜେଡିର ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତ

ଜିଲ୍ଲା ପାଇଁ ଯୁବ ବିଜେଡିର ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ  କ୍ରିୟାଶୀଳ କରିବା ପାଇଁ , ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ବ୍ୟୌମକେଶ ରାଏଙ୍କ ନିର୍ଦ୍ଦେଶ କ୍ରମେ ଆଜି  ବିଜୁ ଯୁବ ଜନତା ଦଳର ଅନୁଗୁଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଜିଲ୍ଲାର ସମସ୍ତ ବ୍ଲକ , ପୌର ପରିଷଦ ଓ ଏନଏସି ପାଇଁ ଯୁବ ବିଜେଡି ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତ କରିଛନ୍ତି । ଆଗାମୀ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ନିର୍ବାଚନ ପୂର୍ବରୁ ଦଳକୁ ଅଧିକ ମଝଭୁତ ଓ ସକ୍ରୀୟ କରିବାକୁ ଜିଲ୍ଲା ସଭାପତିଙ୍କ ଦ୍ବାରା ଏହି ପଦକ୍ଷେପ ନିଆଯାଇଛି ଆଗାମୀ ସମୟରେ ଜିଲ୍ଲାର ସମସ୍ତ ୨୨୫ ଟି ପଞ୍ଚାୟତ ଓ ୫୫ ଟି ଓ୍ବାର୍ଡରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ କରାଯିବା ସହିତ , ଓ୍ବାର୍ଡ ସଙ୍ଗଠନକୁ ଗୁରୁତ୍ତ୍ବ ଦିଆଯିବ ବୋଲି ଯୁବ ବିଜେଡି ଜିଲ୍ଲା ସଭାପତି ଦିନେଶ ପ୍ରଧାନ ସୂଚନା ଦେଇଛନ୍ତି କଣିହାଁ ବ୍ଲକ ପାଇଁ ସତ୍ୟବ୍ରତ ଦେହୁରୀ , ଆଠମଲ୍ଲିକ ବ୍ଲକ ପାଇଁ ଲିପୁନା ଭୂକ୍ତା , ତାଳଚେର ବ୍ଲକ ପାଇଁ ପ୍ରଦୀପ କୁମାର ପ୍ରଧାନ , ବଅଁରପାଳ ବ୍ଲକ ପାଇଁ ଜିତେନ୍ଦ୍ର କୁମାର ପ୍ରଧାନ , ଅନୁଗୁଳ ବ୍ଲକ ପାଇଁ ଅମିତ କୁମାର ଦାସ, ପାଲଲହଡା ବ୍ଲକ ପାଇଁ ରାଜେଶ କୁମାର ଦାସ , ଛେଣ୍ଡିପଦା ବ୍ଲକ ପାଇଁ ତାପସ କୁମାର ସାହୁ , କିଶୋରନଗର ବ୍ଲକ ପାଇଁ ଲକ୍ଷ୍ମୀଧର ସାହୁ , ଆଠମଲ୍ଲିକ ପାଇଁ ଅଶୋକ କୁମାର ସାହୁ , ଅନୁଗୁଳ ପୌରପାଳିକା ପାଇଁ ସୁଧୀର କୁମାର ନାଏକ ଓ ତାଳଚେର ପୌରପାଳିକା ପାଇଁ ପ୍ରଦୀପ କୁମାର ସାମଲ ଙ୍କୁ ଯୁବ ବିଜେଡି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି ।

What’s your Reaction?
+1
0
+1
0
+1
0
+1
1
+1
7
+1
0
+1
0

Leave a Reply