ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ମୁଣ୍ଡୁରୀବେଡା ରାସ୍ତା କଡ଼ରୁ ଏକ ଶିଶୁ ପୁତ୍ର ଉଦ୍ଧାର ହୋଇଥିଲା । ମୁଣ୍ଡୁରୀ ବେଡା ଗ୍ରାମର କିଛି ଆଦିବାସୀ ମହିଳା ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିବା ସମୟରେ ଶିଶୁ ପୁତ୍ରଟିଏ କାନ୍ଦି ବାର ଶୁଣିବାକୁ ପାଇଥିଲେ । ଖୋଜାଖୋଜି କରିବା ବେଳେ ଏକ ବୁଦା ମୂଳରେ ଶିଶୁପୁତ୍ରଟିଏ ପଡିଥିବା ଦେଖି ତାକୁ ଉଦ୍ଧାର କରି ଖମାର ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ଶିଶୁପୁତ୍ରଟିର ସ୍ୱାସ୍ଥ୍ୟ ଭଲ ଥିବା ଜଣା ପଡିଛି । ତେବେ କିଏ ଓ କାହିଁକି ଏଭଳି ଶିଶୁପୁତ୍ରକୁ ଫୋପାଡି ଦେଇଥିଲା ତାହା ଜଣା ପଡି ନାହିଁ । କୌଣସି ଅବିବାହିତ ଝିଅ ଏପରି ଘଟଣା କରିଥାଇ ପରେ ବୋଲି ଚର୍ଚ୍ଚା ହେଉଛି । ଖମାର ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି ।
What’s your Reaction?
+1
+1
+1
+1
+1
+1
+1