ରାଜନୀତି ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ନବ ନିଯୁକ୍ତ ଟାମଡା ଅଧ୍ୟକ୍ଷ Angul OnlineOctober 10, 2022October 10, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମାଜ ସେବୀ ତଥା ବିଜେଡ଼ି ନେତା ଅବନିକାନ୍ତ ସାହୁଙ୍କୁ ତାଳଚେର ଅନୁଗୁଳ ମେରାମଣ୍ଡଳୀ ଉର୍ଣ୍ଣୟନ ପରିଷଦ, ଟାମଡ଼ା)ର ଅଧକ୍ଷ ପଦ ମିଳିଛି । ଏହି ଖବର ଜଣା ପଡିବା ପରେ, ସାରା ଜିଲ୍ଲାରେ ଥିବା ଅବନିକାନ୍ତ ସାହୁଙ୍କ ସମର୍ଥକ ମାନେ ଖୁସି ପ୍ରକଟ କରିଛନ୍ତି । ଏଥପାଇଁ ତାଙ୍କୁ ଚାରିଆଡୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି । ସେବା ମନୋଭାବ ନେଇ ରାଜନୀତିକୁ ଓଲ୍ହାଇଥିବା ଅବନିକାନ୍ତ ବାବୁଙ୍କୁ ଏହି ଗୁତୁତ୍ୱପୂର୍ଣ୍ଣ ଦାଇତ୍ୱ ମିଳିବା ପରେ ତାଙ୍କର ସେବା ମନୋବୃତିରେ ଅଧିକ ସହାୟ ହେଇପାରିବ ବୋଲି ଶ୍ରୀ ସାହୁ ପ୍ରକାଶ କରିବା ସହ ଏହି ଅଂଚଳର ସାମଗ୍ରିକ ବିକାଶ ଦିଗରେ ପଦକ୍ଷେପ ନେବାପାଇଁ ସେ ସଂକଳ୍ପ ବଦ୍ଧ ବୋଲି କହିଛନ୍ତି । ତାଙ୍କୁ ଏହି ପଦ ମିଳିଥିବାରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ,ଢେଙ୍କାନାଳ ସାଂସଦ ମହେଶ ସାହୁ ,ଜିଲ୍ଲାର ସମସ୍ତ ବିଧାୟକଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଜି ଏହି ମର୍ମରେ ସାଂସଦ ଶ୍ରୀ ସାହୁ ଙ୍କୁ ଅବନିକାନ୍ତ ସାହୁ ତାଳଚେର ଥର୍ମାଲ ସ୍ଥିତ ଆବାସିକ କାର୍ଯ୍ୟାଳୟ ରେ ସାକ୍ଷାତ କରି କୃତଜ୍ଞତା ଜଣାଇବା ସହ ଏହି ପଦବୀ ପାଇଁ ଆଗକୁ କଣ କରାଯାଇପାରେ ସେଥିନେଇ ସାଂସଦ ମହେଶ ସାହୁଙ୍କ ଠାରୁ ପରାମର୍ଶ ନେବା ସହ ଅନେକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । Advertisement
ବିଜେପିରେ ଯୋଗ ଦେଲେ ଦୂର୍ଗା ଅନୁଗୁଳ – ଅନୁଗୁଳ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ, ବର୍ତ୍ତମାନର ବନ୍ତଳା ପଞ୍ଚାୟତର ସମିତି ସଭ୍ୟ ତଥା ଜିଲ୍ଲା ବିଜେଡିର ସମ୍ପାଦକ ଦୁର୍ଗାଚରଣ ପ୍ରଧାନ କିଛି ଦିନ ପୂର୍ବରୁ…
ବିଜେପିର ମଣ୍ଡଳ ସଭାପତି ତାଲିକା ହେଲା ଘୋଷଣା , କିଏ ହେବ ଜିଲ୍ଲା ସଭାପତି ? ଅନୁଗୁଳ – ବିଜେପିର ସଂଗଠନ ପର୍ବରେ ଅନୁଗୁଳ ଜିଲ୍ଲାର ୩୧ ଟି ମଣ୍ଡଳରୁ ୨୭ ଟି ମଣ୍ଡଳର ସଭାପତି ନିର୍ବାଚିତ ହୋଇଥିବା ନେଇ ରାଜ୍ୟ ବିଜେପିର ନିର୍ବାଚନ…
କେନ୍ଦ୍ରମନ୍ତ୍ରୀଙ୍କ ମାଟିରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ ୫ଟି ଅଧ୍ଯକ୍ଷ ଅନୁଗୁଳ – ପୁଣି ନାଁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ୫ଟି ଅଧ୍ଯକ୍ଷ ଭିକେ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲ୍ଲାରେ…