ଜିଲ୍ଲାରେ ପୁଣି ଫେରିଲା ନାଇଟ୍ କର୍ଫ୍ୟୁ

ଜିଲ୍ଲାରେ ପୁଣି ଫେରିଲା ନାଇଟ୍ କର୍ଫ୍ୟୁ

ଅନୁଗୁଳ – କୋଭିଡ଼ର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ବତନ୍ତ୍ର ରିଲିଫ କମିଶନର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏଣିକି ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ସେହିପରି ଅନୁଗୁଳ ଜିଲ୍ଲାପାଳ ଶିଦ୍ଧାର୍ଥ ଶଙ୍କର ସ୍ଵାଇଁ ମଧ୍ୟ ଅନୁଗୁଳ ଜିଲ୍ଲାରେ ନାଇଟ କର୍ଫ୍ୟୁ  ପାଇଁ ନିର୍ଦେଶ ଦେଇଛନ୍ତି । ଜିଲ୍ଲାରେ ରାତି ୧୦ ରୁ ସକାଳ ୫ ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ରହିବା । ତେବେ ରାତି ୯ ରେ ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ହାଟ ବଜାରରେ ଭିଡ଼ ନ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ବେଳ ଭିଡ଼ ହେଲେ ମଲ, ଦୋକାନ ମାଲିକ ଦାୟୀ ରହିବେ । ତେବେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦେଶ ଅନୁସାରେ ମାଟ୍ରିକ୍ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ । ତେବେ କ୍ଲାସ ସବୁ ବନ୍ଦ ରହିବ । ଅର୍ଥାତ୍ ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ । କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ । ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ୍ କ୍ଲିୟରିଂ କ୍ଲାସ କରିପାରିବେ ବୋଲି ଏସଆରସି ସୂଚନା ଦେଇଛନ୍ତି । ସ୍ବତନ୍ତ୍ର ରିଲିଫ କମିଶନର ଆହୁରି କହିଛନ୍ତି ଯେ, ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ଦିଆଯିବ । ଇଣ୍ଡୋର ହଲରେ କାର୍ଯ୍ୟକ୍ରମ ହେଉଥିଲେ ୫୦ ପ୍ରତିଶତ କ୍ଷମତାକୁ ଅନୁମତି । ପର୍ଯ୍ୟଟନ ସ୍ଥାନରେ ପିକନିକ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କୌଣସି ହୋଟେଲ୍, ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ । ସ୍କୁଲ, କଲେଜ ପିକନିକ ସମ୍ପୂର୍ଣ୍ଣ ଭାବେ ବାରଣ କରା ଯାଇଛି । ହୋଟେଲ୍, ବାର ରାତି ୯ଟା ଯାଏଁ ଖୋଲା ରହିବାକୁ ଥିବା ବେଳେ ୫୦ ପ୍ରତିଶତ କ୍ଷମତାରେ ଚାଲିବାକୁ ନିର୍ଦେଶ ରହିଛି । ବାହାଘର ଶୋଭାଯାତ୍ରାରେ ସର୍ବଧିକ ୩୦ ଜଣଙ୍କୁ ଅନୁମତି । ବାହାଘର ଏବଂ ରିସେପସନ ଛଡା ଅନ୍ୟ କାର୍ଯ୍ୟକ୍ରମକୁ ଅନୁମତି ନାହିଁ । ରାଜ୍ୟର ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ । ବାହାଘର, ବ୍ରତଘରରେ ୧୦୦ ଏବଂ ଶୁଦ୍ଧିକାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି ଦିଆ ଯାଇଛି ।

 

 

 

What’s your Reaction?
+1
0
+1
0
+1
0
+1
0
+1
4
+1
0
+1
0

Leave a Reply