ଲାଗୁ ହେଲା ନାଇଟ କର୍ଫ୍ୟୁ – ଅମାନିଆଙ୍କ ଉପରେ ପୁଲିସର କଡା ନଜର

ଲାଗୁ ହେଲା ନାଇଟ କର୍ଫ୍ୟୁ – ଅମାନିଆଙ୍କ ଉପରେ ପୁଲିସର କଡା ନଜର

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜିଠାରୁ ଲାଗୁ ହେଲା ରାତ୍ରୀ କାଳୀନ କର୍ଫ୍ୟୁ । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ । ଏଥିପାଇଁ କର୍ଫ୍ୟୁ ଘୋଷିତ ଅଞ୍ଚଳ ଗୁଡିକରେ ଆଜି ୯ଟାରେ ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେବେ ଏହି କର୍ଫ୍ୟୁ  ବେଳେ ଡାକ୍ତରଖାନା , ପ୍ରଶାସନିକ କର୍ମଚାରୀ , ଔଷଧ ଦୋକାନ ଅନ୍ୟ ଜରୁରୀ ସେବାକୁ କଟକଣାରୁ ବାଦ ଦିଆଯାଇଛି । ତେବେ ଅନୁଗୁଳ ସହରରେ କର୍ଫ୍ୟୁ କଡାକଡି କରା ଯାଇଛି ଏଥିପାଇଁ ଅନୁଗୁଳ ଉପଜିଲ୍ଲାପାଳଙ୍କ ସମେତ ପୁଲିସ ଟିମ ସହରରେ ବୁଲି ବୁଲି ରାତ୍ରୀ କାଳୀନ କର୍ଫ୍ୟୁରେ ପରିସ୍ଥିତି ତଦାରଖ କରିଛନ୍ତି । ଯେଉଁମାନେ ବିନା କାମରେ କଟକଣାକୁ ବେଖାତିର କରି ବାହାରେ ବୁଲୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ମାଇକ ସାହାଯ୍ୟରେ ଲୋକଙ୍କୁ ସଚେତନ ମଧ୍ୟ କରା ଯାଉଛି

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply