ମୁଖ୍ୟ ଖବର ଜାତୀୟ ରାଜପଥରେ ଲାଗୁ ହେଲା ନୋ ଏଣ୍ଟ୍ରି Angul OnlineSeptember 11, 2023September 11, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ରନ୍ତଲେଇ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ୧୭ କିଲୋମିଟର ରାସ୍ତା ମରାମତି କାମ ଚାଲିଛି । ଏହି ମରାମତି କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ଉକ୍ତ ୧୭ କିଲୋମିଟର ରାସ୍ତାରେ ଭାରିଯାନ ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । ପ୍ରତ୍ୟହ ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୬ଟା ଯାଏ ରାଜପଥର ଏହି ଅଞ୍ଚଳରେ ଭାରିଯାନ ଯେପରି ଚଳାଚଳ ନ ହୁଏ ସେଥିପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମରାମତି କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଉକ୍ତ ନିର୍ଦ୍ଦେଶନାମା ବଳବତ୍ତର ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି । ସୁଚନା ଅନୁସାରେ , ବଅଁରପାଳସ୍ଥିତ ପାଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲର ୬ଷ୍ଠ ଶ୍ରେଣୀର ଛାତ୍ରୀ ପୂଜା ସାହୁଙ୍କ ଗତ ଗୁରୁବାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ରାଜପଥର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଭାରିଯାନ ଚଳାଚଳ ଯୋଗୁ ଦୁର୍ଘଟଣା ବଢ଼ୁଥିବା ଅଭିଯୋଗ କରି ଉକ୍ତ ସ୍କୁଲର ଛାତ୍ରୀଛାତ୍ରମାନେ ଶୁକ୍ରବାର ବିଳମ୍ବିତ ରାତି ଯାଏ ରାଜପଥ ଅବରୋଧ କରିଥିଲେ । ସ୍କୁଲ ଯାତାୟାତ ସମୟରେ ରାଜପଥରେ ଭାରିଯାନ ଚଳାଚଳ ବନ୍ଦ ରଖିବାକୁ ଛାତ୍ରଛାତ୍ରୀମାନେ ଜିଦ ଧରିଥିଲେ। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ତଦନୁଯାୟୀ ଶନିବାରଠାରୁ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ରବିବାର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅନୁଗୁଳ ଉପଜିଲ୍ଲାପାଳ ବରଣ୍ୟେନ୍ଦୁ ମହାନ୍ତି, ଅନୁଗୁଳ ଏସ୍ଡିପିଓ ରମାକାନ୍ତ ମହାଳିକ, ବଅଁରପାଳ ଅତିରିକ୍ତ ତହସିଲଦାର, ସ୍ଥାନୀୟ ଥାନା ଅଧିକାରୀ, ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କନିଷ୍ଠ ଏମ୍ଭିଆଇ, ଏନ୍ଏଚ୍ଏଆଇ ଢେଙ୍କାନାଳକ ପ୍ରତିନିଧି, ପୂର୍ତ୍ତ ବିଭାଗ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଯେ ପର୍ଯ୍ୟନ୍ତ ଜାତୀୟ ରାଜପଥର ଏହି ୧୭ କିଲୋମିଟର ରାସ୍ତା ମରାମତି ଶେଷ ହୋଇନାହିଁ, ସେ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୯ଟାରୁ ସନ୍ଧ୍ଯା ୬ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳ କରିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏଥିସହ ରାଜପଥରେ ଥିବା ଖାଲଖମା ପୋତିବା, ପିଚୁ ପକାଯିବା କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା । ଏପରି କି ଗାଡ଼ି ଗୁଡ଼ିକର ବେଗ ଘଣ୍ଟା ପ୍ରତି ୨୦ରୁ ୩୦ ଜିଲୋମିଟର ରହିବ ବୋଲି ସ୍ଥିର କରାଯାଇଥିଲା । ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ବିଭିନ୍ନ ଶିଳ୍ପ ସଂସ୍ଥାର ବସ୍ଗୁଡ଼ିକର ରହଣୀସ୍ଥଳ ହ୍ରାସ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । Advertisement
ଅଗ୍ନିକାଣ୍ଡରେ ନବସନ୍ଦା କାର୍ଯ୍ୟାଳୟ ଭସ୍ମୀଭୂତ ଛେଣ୍ଡିପଦା – ଜଳିଗଲା ନବସନ୍ଦାମାନଙ୍କ କାର୍ଯ୍ୟାଳୟ । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ତହସିଲ ଅଫିସ ନିକଟରେ ଥିବା ନବସନ୍ଦା କାର୍ଯ୍ୟାଳୟରେ ଭୋର ୩ ଟା ସମୟରେ ଅଗ୍ନିକାଣ୍ଡ…
କଣ୍ଟେନରରେ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଲା – ୨ ଗିରଫ ଅନୁଗୁଳ – କଣ୍ଟେନରରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ହାବୁଡ଼ରେ ଧରା ପଡିଲା ଗଞ୍ଜେଇ ଭର୍ତ୍ତି କଣ୍ଟେନର । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ଭଦ୍ରକ…
ମୋଟରସାଇକେଲ ଧକ୍କାରେ ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୁଦପାଳ ଛକ ନିକଟରେ ଏକ ମୋଟରସାଇକେଲ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟ…